Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଳିକା ହାଇସ୍କୁଲରେ ସଂକଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ସମ୍ବଲପୁର:ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସଂକଳ୍ପ “ଉଦଯାପିତ ହୋଇଯାଇଛି।ଉଦଯାପନୀ ଉତ୍ସବରେ ବ୍ଲକ୍ ଶିକ୍ଷା ଅଧିକାରୀ ଡଃ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରି ଯୋଗ ଦେଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ, ଭଟଲି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ, ବରଗଡ଼ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନା,ସ୍ଥାନୀୟ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମେହେର,ସଂଯୋଜକ ପୁଷ୍ପାଞ୍ଜଳି ଦାଶ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକଙ୍କ ଯୋଗ ଦେଇଥିଲେ।ସାଧନକର୍ମୀ ଭାବରେ ଅଭିଜ୍ଞ ଶିକ୍ଷକ ବୀରେନ୍ଦ୍ର ଦାଶ,ସଞ୍ଜୟ ଖମାରୀ,ଯତୀନ ମେହେର ଏବଂ ଭୀଷ୍ମଦେବ ପଧାନ ତାଲିମ ପ୍ରଦାନ କରିଥିଲେ। ଏହି ପ୍ରଥମ୍ ପର୍ଯ୍ୟାୟ ସଙ୍କଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅମ୍ବାଭୋନା, ଭଟଲି ଏବଂ ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ 50 ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରି ବିଦ୍ୟାଳୟର ଗଠନମୂଳକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ଭଟଲି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ, ସ୍ଥାନୀୟ ବ୍ଲକ୍ ଶିକ୍ଷା ଅଧିକାରୀ ଡଃ ସରୋଜ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ ସଙ୍କଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ହାସଲ କରିଥିବା ଜ୍ଞାନ ଓ କୌଶଳକୁ ସମସ୍ତ ପ୍ରଶିକ୍ଷାର୍ଥୀ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ।ସାଧନକର୍ମୀ ଶିକ୍ଷକ ସଞ୍ଜୟ ଖମାରୀ ଏବଂ ବୀରେନ୍ଦ୍ର ଦାଶ ସଂକଳ୍ପ ପ୍ରଶିକ୍ଷଣର ଆବଶ୍ୟକତା ବିଷୟରେ ନିଜସ୍ଵ ମତାମତ ପ୍ରଦାନ କରିଥିଲେ।ପ୍ରଶିକ୍ଷାର୍ଥୀ ଦିପ୍ତିମୟୀ ସାହୁ ଏବଂ ଶତୃଘ୍ନ ମହାନନ୍ଦ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ଶିକ୍ଷୟିତ୍ରୀ ଝରଣା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଂଯୋଜକ ପୁଷ୍ପାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।