Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ବ୍ଲକ ସ୍ତରୀୟ ସୁନେତ୍ର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବ୍ଲକ ସଭାଗୃହ ଠାରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଗୋଷ୍ଠୀ ସ୍ତରୀୟ ସୁନେତ୍ର ଓ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବୈଠକ ଏବିଡ଼ିଓ ଶଶୀଭୁଷଣ ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର. ରାମଶଙ୍କର ତ୍ରିପାଠୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ଭୋଇ, ସାଗରୀକା ସ୍ୱାଇଁ ସିଡ଼ିପିଓ, ଶିଶୁ ଓ ପରିବାର କଲ୍ୟାଣ ବିଭାଗ ପାରିପାର୍ଶ୍ବିକ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଡାକ୍ତର. ସରୋଜ କୁମାର ପଟେଲ, ଡାକ୍ତର. ଚିତ୍ତରଞ୍ଜନ ତ୍ରିପାଠୀ, ଡାକ୍ତର. ଲୋପାମୁଦ୍ରା ପ୍ରଧାନ, ଫାର୍ମାସିଷ୍ଟ ହୃଷିକେଶ ମିଶ୍ର, ଛନ୍ଦା ଚରଣ ପୁରୋହିତ ଏବଂ ଏଏନଏମ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଡିସେମ୍ବରରେ ସମସ୍ତ ଶିଶୁଙ୍କ ଚକ୍ଷୁ ସମ୍ବନ୍ଧୀୟ ପରୀକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ନାଇକେନପାଲି, ସାହାଜପିଟା, ଲଛିପୁର ସେକଟରର ସ୍କୁଲ ମାନଙ୍କୁ ଚକ୍ଷୁ ସମ୍ବନ୍ଧୀୟ ପରୀକ୍ଷା ପାଇଁ ସ୍ଥିର ହୋଇଥିଲା। ଶେଷରେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।