Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋତମୁଣ୍ଡା ରେ ପୂଜାର୍ଚ୍ଚନା ପରେ ଖରିଫ ମଣ୍ଡି ଉଦଘାଟିତ।

କଳାହାଣ୍ଡି:୦୭/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପ୍ରାଥମିକ କୃଷି ସମବାୟ ସମିତି ଅଧିନ ରେ ଥିବା ଗୋତମୁଣ୍ଡା ଉପ ମଣ୍ଡି ଶନିବାର ଦିନ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ରେ ଟେମରା ସମବାୟ ସମିତିର ସଭାପତି ନବୀନ ପୁଝାରି ଓ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରିବା ସହ ମଣ୍ଡି କୁ ଉଦଘାଟନ କରିଥିଲେ। ଉପ ମଣ୍ଡି ଅଧୀନରେ ଥିବା ଗୋତମୁଣ୍ଡା ଓ ସାନ ପୋଡ଼ାଗୁଡା ପଞ୍ଚାୟତ ର ଠୁଟିବର,ଚୋରନିଦ୍ୱାର, ପିପଲଝାପର,ବାଞ୍ଜିକୋଟ,ମଙ୍ଗଳପୁର,
କୁଳେରଗୁଡା, ନେଗିଗୁଡା ଅଞ୍ଚଳ ର ଚାଷି ଏହି ମଣ୍ଡି ରେ ନିଜର ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି। ମଣ୍ଡି ଉଦଘାଟନ ଅବସରରେ ଆର ଏମ ସି କର୍ମଚାରୀ ରଞ୍ଜିତ ବାହାଦୂର, ଟଙ୍କ ମେହେର, ଚାଷି ନରେନ୍ଦ୍ର ମେହେର, ଲକ୍ଷ୍ମୀ ଧର ପୁଝାରି, ହରେକୃଷ୍ଣ ନାଏକ, ତୁଳସୀ ବିହାରୀ,ଉପେନ୍ଦ୍ର ବାଗ, ନିରଞ୍ଜନ ବାଗ, ଗଙ୍ଗା ଗୋପାଳ, ବଳରାମ ମାଝୀ, ହିମାଞ୍ଚଳ ପୁଝାରି, ପାର୍ଥବ ମାଝୀ ସମେତ ୨ ପଞ୍ଚାୟତ ର ଶତାଧିକ ଚାଷୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଟେମରା ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।