Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଲୋକମହୋତ୍ସବ ପ୍ରସ୍ତୁତି ଆରମ୍ଭ: ମହୋତ୍ସବକୁ ସ୍ମରଣୀୟ କରିବାକୁ ଜିଲାପାଳଙ୍କ ଆହ୍ବାନ

ସମ୍ବଲପୁର: ସମ୍ବଲପୁରର ଇଷ୍ଟଦେବୀ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିର୍ବାଦ ଗ୍ରହଣ କରିବା ପରେ ଶନିବାର ସମ୍ବଲପୁର ଲୋକମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏହାପରେ ପୂର୍ବାହ୍ନରେ ଜିଲାପରିଷଦ ସମ୍ମିଲନୀ କକ୍ଷରେ ଲୋକ ମହୋତ୍ସବ ଆୟୋଜନ କମିଟୀର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିିତ ଏହି ପ୍ରସ୍ତୂୁତି ବୈଠକରେ ଆୟୋଜନ କମିଟୀର ସଂଯୋଜକ ପ୍ରଫୁଲ୍ଲ ହୋତା, ସହସଂଯୋଜକ ଗୁରୁ ରଞ୍ଜନ ସାହୁଙ୍କ ସମେତ ସମସ୍ତ କମିଟୀର ଆବାହକ ଏବଂ ସହ ଆବାହକଙ୍କ ସମେତ କମିଟୀ ଗୁଡିକର ନୋଡାଲ ଅଧିକାରୀ ମାନେ ସାମିଲ ହୋଇଥିଲେ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ବହୁତ ଉତ୍ସାହ ଏବଂ ଆଡମ୍ବର ସହିତ ଲୋକମୋହତ୍ସବ ଆୟୋଜନ କରାଯିବ ବୋଲି କହିଥିଲେ ଜିଲା ପ୍ରଶାସନ, ଜନ ପ୍ରତିନିଧି, ଗଣ ମାଧ୍ୟମ ର ମିଳିତ ସହଯୋଗ ରେ ଚଳିତ ବର୍ଷ ର ଲୋକମୋହତ୍ସବ କୁ ସ୍ମରଣୀୟ କରିବାକୁ ପ୍ରୟାସ କରିବାକୁ ସମସ୍ତ କମିଟୀର ଆବାହକ ଏବଂ ସଂଯୋଜକଙ୍କୁ ପରାମର୍ଶଦେଇଥିଲେ ସମ୍ବଲପୁର ଲୋକମହୋତ୍ସବ ଜରିଆରେ ସମ୍ବଲପୁରୀ କଳା ସଂସ୍କୃତିକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲାପାଳ ଆହ୍ବାନ ଦେଇଥିଲେ ଚଳିତ ବର୍ଷ ର ଲୋକମୋହତ୍ସବ ପାଞ୍ଚ ଦିନ ଧରି ଆୟୋଜନ କରାହେବ ଏହା ମଧ୍ୟରେ ପ୍ରଥମ ତିନି ଦିନ ପରମ୍ପରାଗତ ଭାବେ ଲୋକ କଳା ଲୋକ ସଂସ୍କୃତିକୁ ହିଁ ପ୍ରାଧାନ୍ୟ ଦିଆଯିବ ସେହିପରି ଶେଷ ଦୁଇଦିନ ତାରକା ମାନଙ୍କୁ ନେଇ କାଯର୍ୟକ୍ରମ ଆୟୋଜନ କରାଯିବା ନେଇ ଜିଲାପାଳ କମିଟୀ କର୍ମକର୍ତ୍ତାଙ୍କ ସହ ଆଳୋଚନା କରିଥିଲେ ଏହା ସହିତ ପୁର୍ବ ବର୍ଷ ମାନଙ୍କ ଆୟୋଜନକୁ ଆଧାର କରି ଆଗାମୀ ଲୋକ ମହୋତ୍ସବ ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେନେଇ କର୍ମକର୍ତ୍ତା ମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯାଇଥିଲା ଲୋକ ମହୋତ୍ସମର ସଂଯୋଜକ ପ୍ରଫୁଲ୍ଲ ହୋତା ବାହାରୁ ଆସୁଥିବା କଲାକାର ମାନଙ୍କ ପାଇଁ ରହିବା ଏବଂ ସେମାନଙ୍କର ରହଣି ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ସେହିପରି ସହ ସଂଯୋଜକ ଷ୍ଟେଜ ଏବଂ ଖାଦ୍ୟ ବ୍ୟବସ୍ଥାକୁ ସ୍ଥାନୀୟ ଲୋକଙ୍କୁ ଦାୟିତ୍ୱ ଦିଆଯିବାକୁ ପରାମର୍ଶ ଦେଇଥିଲେ ଏହାସହ ଲୋକ ମହୋତ୍ସବର ଭବ୍ୟ ଆୟୋଜନ ପାଇଁ ପିଏଚଡି ପଡିଆରେ ରହିଥିବା ବଳକା ଜମିରେ ସ୍ଥାୟୀ ପ୍ରଦର୍ଶନୀ ପଡିଆ ନିର୍ମାଣ କରିବାକୁ ବୈଠକରେ ଦାବି କରାଯାିଥିଲା ଏହାସହ ଡକୁମେଣ୍ଟଟେସନ ଏବଂ ସ୍ମରଣୀକା ଆଦିକୁ ଭବିଷ୍ୟତ ପିଢୀ ପାଇଁ ସୁରକ୍ଷିତ ରଖତ୍ବାକୁ ବୈଠକରେ ଆଳୋଚନା କରାଯାଇଥିଲା ଚଳିତ ବର୍ଷ ଲୋକ ମହୋତ୍ସବ ସହିତ ପଲିଶ୍ରୀ ମେଳା ମିଳିତ ଭାବରେ ଆୟୋଜନ କରାଯିବା ନେଇ ବୈଠକରେ ଆଳୋଚନା କରାଯାଇଥିଲା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତୀ, ଉପ ଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା ମଞ୍ଚାସୀନ ଥିଲେ ବୈଠକରେ ସମସ୍ତ କମିଟୀର ଆବାହକ ଏବଂ ସହ ଆବାହକ ମାନେ ଉପସ୍ଥିତ ରହି ନିଜ ମତ ଉପସ୍ଥାପନ କରିଥିଲେ । ବୈଠକରେ ଦଳ ଆବାହକ କୃଷ୍ଣ ଚନ୍ଦ୍ର ବାଗ ଓ ସହ-ଆବାହକ ଆଲୋକ ପଣ୍ଡା, ମଞ୍ଚ ସହ-ଆବାହକ ଖୁସିରାମ ଛୁରିଆ, ଖାଦ୍ୟ ଅାବାହକ ଅମିତ ପତି ଓ , ପ୍ରଚାର ଓ ଶୋଭାଯାତ୍ରା ଆବାହକ ଦଶରଥ ମେହେର , ପ୍ରଦର୍ଶନୀ ଆବାହକ ଶ୍ରୀମନ୍ତ ସାହୁ ଓ ସହ-ଆବାହକ ରୋଚିସ ଦେ, ଡକୁ୍ୟମେଣ୍ଟେସନ ଆବାହକ ଆଶିଷ ପ୍ରଧାନ ଓ ସହ-ଆବାହକ ଡମ୍ବରୁଧର ପ୍ରଧାନ, ସମ୍ବର୍ଦ୍ଧନା ଆବାହକ ଲଳିତ ମୋହନ ବେବର୍ତ୍ତା ଓ ସହ-ଆବାହକ ଅଜୟ କୁମାର ନାଥ, ଅଭ୍ୟର୍ଥନା ଆବାହକ ଶିଶିର ବହିଦାର ଓ ସହ-ଆବାହକ ପ୍ରଭୁଦତ୍ତ ପଣ୍ଡା, ଆଲୋଚନାଚକ୍ର ଅାବାହକ ଅତିଷ କୁମାର ଶତପଥୀ ଓ ସହ-ଆବାହକ ରଣଜିତ ରଥ, ସ୍ମରଣୀକା ଆବାହକ ଡା. ରାଜାରାମ ଷଢ଼ଙ୍ଗୀ ,ପରିବହନ ଆବାହକ ଦିନେଶ ମହତ୍ତମ ଓ ସହ-ଆବାହକ ନୀଗମାନନ୍ଦ ମହାନ୍ତି, ରହଣୀ ଆବାହକ ମହେଶ କୁମାର ପଟେଲ ଓ ସହ-ଆବାହକ ଶତିଷ ଦୋରା, ଉଦ୍ଘୋଷଣା ଆବାହକ ଅଞ୍ଜନ କୁମାର ପ୍ରଧାନ ଓ ସହ-ଆବାହକ ମିମାଂଶା ରଥ, ପାର୍କିଂ ଆବାହକ କାର୍ତ୍ତିକ ଆଇନ୍ଦ ଓ ସହ-ଆବାହକ ଦୟାନିଧି ପ୍ରଧାନ, ସଫେଇ ସହ-ଆବାହକ ସୁନୀଲ ସାଗର, ଗଣମାଧ୍ୟମ ଆବାହକ ଭବାନୀ ଶଙ୍କର ଭୋଇ ଓ ଷ୍ଟଲ ଆବାହକ ମୁକେଶ ଜରିଓ୍ୱାଲଙ୍କ ସହ ଉପଦେଷ୍ଠା କମିଟି ସଦସ୍ୟ ସୁଧୀର ରଞ୍ଜନ ବହିଦାର, ରାମଦାସ ପଣ୍ଡା, ପ୍ରମୁଖଙ୍କୁ ଉପସ୍ତିତ ରହିଥିଲେ।