ହିନ୍ଦୁ ପ୍ରତି ଅତ୍ୟାଚାରକୁ ନେଇ ପ୍ରତିବାଦ ସଭା

ସମ୍ବଲପୁର:ବାଂଲାଦେଶରେ କଟ୍ଟରପନ୍ଥୀଙ୍କ ଦ୍ବାରା ହିନ୍ଦୁମାନଙ୍କ ପ୍ରତି ଚାଲିଥୁବା ଦମନଲୀଳା ହତ୍ୟା, ଲୁଟ୍, ପୋଡ଼ାଜଳା, ତଥା ମହିଳାଙ୍କ ପ୍ରତି ହେଉଥିବା ଅମାନବୀୟ ବିଭତ୍ସ ଅତ୍ୟାଚାର ଚିନ୍ତାଜନକ ହୋଇପଡ଼ିଛି । ଏଭଳି ଦୁର୍ଦ୍ଦିନରେ ବାଂଲାଦେଶ ସରକାର ସଂପୂର୍ଣ୍ଣ ନୀରବଦ୍ରଷ୍ଟା ହୋଇ ରହିଛନ୍ତି । ଏପରିକି ଶାନ୍ତିପୂର୍ଣ୍ଣ ଭାବେ ସମାଜର ସୁରକ୍ଷା ପାଇଁ ସଂଗ୍ରାମରତ ଇସ୍କନ ସନ୍ନ୍ୟାସୀ ଚିନ୍ମୟକୃଷ୍ଣ ଦାସଙ୍କୁ ବାଂଲାଦେଶ ସରକାର ଦେଶଦ୍ରୋହ ଅପରାଧରେ ଅନ୍ୟାୟପୂର୍ଣ୍ଣ ଉପାୟରେ ଜେଲକୁ ପଠାଇଛନ୍ତି । ହିନ୍ଦୁ ସମାଜ ପ୍ରତି ହେଉଥିବା ଏଭଳି ଅତ୍ୟାଚାର ର ପ୍ରତିବାଦ ସହ ସନ୍ନ୍ୟାସୀ ଚିନ୍ମୟକୃଷ୍ଣ ଦାସଙ୍କୁ ଜେଲରୁ ମୁକ୍ତି ପାଇଁ ସନାତନ ସୁରକ୍ଷା ସମିତି, ସମ୍ବଲପୁର ତରଫରୁ ଗତ 6 ତାରିଖ ଦିନ ଓଡ଼ିଶା ସାଂସ୍କୃତିକ ସମାଜ ଏକ ପ୍ର ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯକ୍ରମ ରେ ସମ୍ବଲପୁର ସହର ତଥା ପାଖ । ଆଖ ଅଞ୍ଚଳ ର ଅନେକ ଧାର୍ମିକ, ସାମାଜିକ ତଥା ସାଂସ୍କୃତିକ ସଂଗଠନ ର ୩୦୦ ରୁ ଅଧିକ କର୍ମକର୍ତା ଯୋଗଦାନ କରିଥିଲେ। ସନାତନ ସୁଗ ସୁରକ୍ଷା ମଞ୍ଚ ର ସଂଯୋଜକ ଡା ପୁରୁଷୋତ୍ତମ ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭା ରେ ରେ ଚିନ୍ମୟ ମି ମିଶନ ତରଫର ସଧୀ ବିଷ୍ଣୁପ୍ରିୟା ନନ୍ଦ, ରାଧା ମଦନ ମନ୍ଦିର ତରଫରୁ ଶ୍ରୀ ଶିବ ପ୍ରଭୁ ତଥା କିଶୋର । ପ୍ରଭୁ ଏବଂ ଇସ୍କୋନ ବୁର୍ଲା ତରଫ ଋ ଶ୍ରୀ । ଅ ଅସିତ କୃଷ୍ଣ ଦାସ ମଞ୍ଚଶୀନ ଥିଲେ 1 ସନାତନ ସୁରକ୍ଷା ସମିତି, ସମ୍ବଲପୁର ତରଫରୁ ) ଆସନା ୧୦.୧୨.୨୦୨୪ ମଙ୍ଗଳବାର ) ଦିନ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଏବଂ ସଭା କାର୍ଯ୍ୟ ଚାର୍ଯ୍ୟ ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ଭାରତ ସରକାର ତଥା । ବିଶ୍ବ ସମୁଦାୟ ଆଗରେ ବାଂଲାଦେଶରେ ରହୁଥିବା ହିନ୍ଦୁମାନଙ୍କ ସାମଗ୍ରିକ ସୁରକ୍ଷାର ର ସୁନିଶ୍ଚିତ ଶ୍ଚିତ କରିବା ପାଇଁ ଆହ୍ବାନ କରାଯାଇଛି । ଏଭଳି ଘଡ଼ିସନ୍ଧି ମହୁର୍ତ୍ତ ରେ ସଭିଏଁ ଏକ ହୋଇ ହିନ୍ଦୁ ସମାଜ, ସଂସ୍କୃତିର ସୁରକ୍ଷା ପାଇଁ ଏହି ହଁ ଏହି ଜନଜାଗୃତି କାର୍ଯ୍ୟରେ ସହଭାଗୀ ହେବାପାଇଁ ଏହି କାର୍ଯକ୍ରମ ରେ ସାମିଲ ହୋଇଥିବା ସମସ୍ତେ ମତ ପୋଷଣ କରିଥିଲେ। ୧୦.୧୨.୨୦ ୦.୧୨.୨୦୨୪ ମଙ୍ଗଳବାର ବାର ଦିନ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ତିନୋଟି ପଟୁଆର ଯଥାକ୍ରମେ ସମଲେଶ୍ବରୀ ମନ୍ଦିର, ବୁଢ଼ାରଜା ଜଗନ୍ନାଥ ମନ୍ଦି ାଥ ମନ୍ଦିର ଏବଂ ଜେଲ୍ ଛ ଛକ ନିକଟରେ ଥିବା ଫୋର୍-ସି ପଡ଼ିଆରୁ ବାହାରି ୧୧ଟା ସୁଦ୍ଧା ମହିଳା ଥାନା ନିକଟରେ ପହଞ୍ଚିବା ପରେ ଏକ ବିରାଟ ପ୍ରତିବାଦ ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୧୨ଟା ସୁଦ୍ଧା ପହଞ୍ଚି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ପରେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ।