ନୂଆଦିଲ୍ଲୀ: ଆଜି RBIକୁ ମିଳିବ ୨୬ ତମ ଗଭର୍ଣ୍ଣର । ନୂଆ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା । ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁଠାରୁ ସେ ଦାୟିତ୍ବ ଗ୍ରହଣ କରିବେ । ଗତ ୯ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଲାଗି ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରାଯାଇଥିଲା । କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ସଞ୍ଜୟଙ୍କ ନାଁ ଘୋଷଣା କରିଥିଲେ । ସେ ଆଗାମୀ ୩ ବର୍ଷ ଲାଗି ଏହି ଦାୟିତ୍ବରେ ରହିବେ ।
ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡର ଆଇଏଏସ । ସେ ଆଇଆଇଟି କାନପୁରରେ ଶିକ୍ଷାଲାଭ କରିଥିଲେ । ପୂର୍ବରୁ ସେ ରାଜସ୍ବ ସଚିବ ଓ ଅର୍ଥ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ଅକ୍ଟୋବର ୯ରେ ତାଙ୍କୁ ରାଜସ୍ବ ବିଭାଗରେ ଅଫିସର ଅନ ସ୍ପେସାଲ ଡ୍ୟୁଟି ଦାୟିତ୍ବ ଦିଆଯାଇଥିଲା । ୨୦୨୨ ଡିସେମ୍ବର ୧ରେ ସେ ରାଜସ୍ବ ସଚିବ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଆସନ୍ତା ୨୦୨୮ ଫେବୃଆରୀ ୨୯ରେ ସେ ଅବସର ନେବେ । ସେ ଆରଇସି ଲିମିଟେଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।
ଗତ ୧୨ ଡିସେମ୍ବର ୨୦୧୮ରେ ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଶକ୍ତିକାନ୍ତ । ଆରବିଆଇ ଇତିହାସରେ ସେ ସର୍ବାଧିକ ୬ ବର୍ଷ ଗଭର୍ଣ୍ଣର ଦାୟିତ୍ବରେ ସମ୍ଭାଳି ଥିଲେ ।