Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଏନ୍ଏସସିବି ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ଉତ୍ସବ

ସମ୍ବଲପୁର:ଗୁରୁବାର ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏକ ଆକର୍ଷଣୀୟ ସାଂସ୍କ୍ରୁତିକ ପରିବେଶ ମଧ୍ୟ ରେ ଜିଲ୍ଲା ଯୁବ ଉସ୍ଚବ@୨୦୪୭ ମହାସମାରୋହ ରେ ଆୟୋଜିତ ହୋଇଥିଲା।ଏହି ଅବସର ରେ ବକ୍ତୁତା, ନ୍ରୁତ୍ୟ, କବିତା ଲିଖନ, ଫଟୋଗ୍ରାଫି, ଚିତ୍ରାଙ୍କନ ଓ ବିଞାନ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ଜିଲ୍ଲା ସ୍ଥିତ ୧୫ ଟି ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାୟ ୨୦୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ବିଚାରକ ଭାବରେ ସୁର୍ଯ୍ୟ ପାଣିଗ୍ରାହୀ, ମୋତିଲାଲ ଦୋରା, ପ୍ରତାପ କୁମାର ଦେଓ, ସତ୍ୟ ନାରାୟଣ ଠାକୁର, ଡକ୍ଟର ଶ୍ୟାମ ଭୋଇ, ପ୍ରଦୀପ ବିଶ୍ବାଳ, ସତ୍ୟ ନାରାୟଣ ପଟେଲ, ଶାନ୍ତନୁ ପ୍ରଧାନ, ସତ୍ୟ ନାରାୟଣ ଚୋିଧୁରୀ, କରୁଣାକର ଶତପଥି, ଆଶିଷ ପ୍ରଧାନ, ସୋିରଭ ତ୍ରିପାଠୀ, ମନୋଜ ଚୋିଧୁରୀ, ନମିତା ବଡପଣ୍ଡା, ପ୍ରଶାନ୍ତ ମାଝୀ ଓ ସୁଭାଷ ସାହୁ ଯୋଗ ଦେଇଥିଲେ।ଅନୁଷ୍ଠାନ ର ଅଧ୍ୟକ୍ଷ ଡକ୍ଟର ପ୍ରଦୀପ କୁମାର ହରପାଲ ଙ୍କ ସଭାପତିତ୍ବ ଓ ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଶ୍ୟାମ ଭୋଇ ଙ୍କ ସନ୍ଜୋଜନା ରେ ଅନୁଷ୍ଠିତ ଉଦଯାପନୀ ସଭା ରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ୍ ବେଙ୍କ୍ ତାଲିମ କେନ୍ଦ୍ର ର ନିର୍ଦ୍ଦେଶକ ସୁଭାଷ ଚନ୍ଦ୍ର ତ୍ରିପାଠୀ ଏବଂ ସମ୍ମାନୀତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ର ସଂଯୋଜକ ମାରିଆନୁସ୍ ବିଲୁଙ୍ଗ୍ ଯୋଗ ଦେଇ ଦେଶ ର ବିକାଶ ରେ ଯୁବ ଶକ୍ତି ର ଭୁମିକା ସମ୍ପର୍କ ରେ ଆଲୋକପାତ କରିଥିଲେ ା ଅଧ୍ୟାପକ ରଘୁମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ା କ୍ରୁତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି, ପ୍ରଶଂସା ପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା।