Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର :ବୁଧବାର ଦିନ ସମ୍ବଲପୁର ସ୍ଥିତ ଗୁରୁ ସତ୍ୟ ନାରାୟଣ ବହିଦାର ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଳ ଏକତାମଞ୍ଚ ପକ୍ଷରୁ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା।
କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଗୁରୁ ଭଗବାନ ସାହୁଙ୍କ ନାଟକ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ପ୍ରତିମୂର୍ତ୍ତି ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଉଭୟ ପ୍ରତିମୂର୍ତ୍ତି ନିକଟରେ ବରିଷ୍ଠ କଣ୍ଠଶିଳ୍ପୀ ଦଧିବାବନ ଶତପଥୀ ସାହିତ୍ୟିକ ନେତ୍ରାନନ୍ଦ ପ୍ରଧାନ ଏବଂ ଭବାନୀଶ ଭୋଇ ପୂଜାର୍ଚ୍ଚନା କରିଥିଲେ । ଗୁରୁ ଭଗବାନ ସାହୁଙ୍କ ଦେହାବସାନ ପରେ ପ୍ରଥମ ଥର ସମ୍ବଲପୁର ଠାରେ ବୀର ସୁରେନ୍ଦ୍ର ସାଏ ନାଟକ ପରିବେଷଣ ପୂର୍ବରୁ ଭବାନୀଶ ଭୋଇ ଙ୍କ ସଂଯୋଜନା ରେ ଗୁରୁ ଙ୍କ ପଟ୍ଟଶିଷ୍ୟ ସୁରେନ୍ଦ୍ର ବୀର ସମ୍ମାନ ରେ ସମ୍ମାନିତ ଭୂବନ ଭୋଇ ଗୁରୁ ଙ୍କ ଶିଷ୍ୟ ବରିଷ୍ଠ କଣ୍ଠଶିଳ୍ପୀ ଦଧିବାବନ ଶତପଥୀ, ଗୁରୁ ଙ୍କ ଜୀବନି ଲେଖକ ଲୁଲୁ ରବିନ ଦାସ, ଗୁରୁ ଙ୍କ ଜୀବନ କୁ ମୋବାଇଲ ରେ ଟାଇପ କରି ଦେଶ ବିଦେଶରେ ପ୍ରଚାର ପ୍ରସାର କରିଥିବା ପ୍ରଚାରକ ତୁଳସୀ ଚରଣ ଦାଶ ଙ୍କୁ ସମ୍ମାନିତ କରାଯାଇଥିଲା ।
ଏଥିରେ ସର୍ବଶ୍ରୀ ଦେବୀ ପ୍ରସାଦ ଭୋଇ, ସୁଷମା ପ୍ରଧାନ, ଲଳିତା ଭୋଇ, ମାନସ ରଞ୍ଜନ ବକ୍ସି,ଡ.ସ୍ବୟଂପ୍ରକାଶ ପଣ୍ଡା,କିଶୋର ଧରେଇ, ସାନନ୍ଦ ଦାଶ, ରାଜେଶ ସ୍ବାଇଁ , ଅମିତାଭ ମାଝୀ, ରାହୁଲ ଗୁପ୍ତା, ପ୍ରଜ୍ଞା ପ୍ରଧାନ,ଝୁନୁ ତ୍ରିପାଠୀଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ । ଏହାପରେ କାଳଜୟୀ ନାଟକ ବୀର ସୁରେନ୍ଦ୍ର ସାଏ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ସୁରେନ୍ଦ୍ର ସାଏ ଙ୍କ ସମ୍ବନ୍ଧରେ ଅନେକ ଅଜଣା ବିଷୟ ଦର୍ଶକ ଜାଣିବାକୁ ପାଇଥିଲେ ।
ଶେଷରେ ଦେବୀ ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।