ଦୂଲେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଝାରସୁଗୁଡ଼ା ଦଳ ବିଜୟୀ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତର ଡୁଲେଶ୍ବର ଗ୍ରାମରେ ମାଁ ବାଗ୍ ଦେବୀ କ୍ଳବ୍ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମାଁ ସୁରେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡୁଲେଶ୍ବର କପ୍ ଉଦଯାପିତ ହୋଇଯାଇଛି । ଶେଷଦିବସ ର ପ୍ରଥମ ପର୍ଯ୍ୟାୟରେ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟ ଲବ କୁମାର ସାହୁ , ପିତାମହୁଲ ପଞ୍ଚାୟତର ସମିତି ସଭ୍ୟ ସଇଁଦୁ ସାହୁ ଅତିଥି ଭାବେ ଓ ସମ୍ମାନୀତ ଅତିଥି ଭାବେ ଗ୍ରାମର ମୁଖ୍ୟ ତଥା କଂଗ୍ରେସ ନେତା ଶ୍ରୀ ରୁଦ୍ରନାରାୟଣ ସିଂ ସାମନ୍ତ ଓ ବୁଦ୍ଧିଜୀବି ଲକ୍ଷ୍ମଣ ପଣ୍ଡା ଯୋଗଦାନ କରିଥିଲେ । ଫାଇନାଲ ଦିବସର ସେମିଫାଇନାଲ ରୁ ବିଜୟ କରିଥିବା ଉଭୟ ଦଳ ଝାରସୁଗୁଡ଼ା ଓ ବଲାଙ୍ଗୀର ମଧ୍ୟରେ ତିନୋଟି ପର୍ଯ୍ୟାୟ ୧୦ ଓଭର୍ , ୭ ଓଭର୍ ଓ ୨ ଓଭର୍ ର ମ୍ୟାଚ୍ ହୋଇଥିଲା I ଏଥିରେ ପ୍ରଥମେ ବଲାଙ୍ଗୀର ଦଳ ବ୍ୟାଟିଂ କରି ବିଜୟ ଲାଭ କରିଥିଲା । ଦ୍ବିତୀୟ ମ୍ୟାଚ୍ ରେ ଝାରସୁଗୁଡ଼ା ଓ ତୃତୀୟ ମ୍ୟାଚରେ ମଧ୍ୟ ଝାରସୁଗୁଡ଼ା ଦଳ ବିଜୟ ଲାଭ କରି ଖେଳ ର ବିଜୟୀ ହୋଇଥିଲା । ଶେଷ ପର୍ଯ୍ୟାୟରେ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଉପସ୍ଥିତ ଥିଲେ l ପିତାମହୁଲ ସରପଞ୍ଚ ଆକସ୍ମିକ ବଢିଆ , ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ , ବିଜେପି ନେତା ଭିଷ୍ମ ଦନ୍ତା ଓ ସାମାଜସେବୀ ଶ୍ରୀକାନ୍ତ କର୍ମୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । ଖେଳ ପରିଚାଳକ ଭାବେ ଦର୍ଶନୀ ଅଦର , ବସନ୍ତ ପ୍ରଧାନ ଓ ଭିଷ୍ମଲୋଚନ ବାଘ ଦାଇତ୍ୱ ନେଇଥିଲେ । ଧିରେନ୍ ସାହୁ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ନିଳାଚଳ ପ୍ରଧାନ ସ୍କୋର ବୋର୍ଡ ଦାଇତ୍ୱ ରେ ଥିଲେ । କମିଟିର ଆଦିକାନ୍ତ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।