Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳିତ

ସମ୍ବଲପୁର:ଆଜି ସମ୍ବଲପୁର ର ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦ୍ଘାଟନୀ ସମାରୋହ ତପସ୍ଵିନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୁବ ଉତ୍ସବ ଉପଲକ୍ଷେ ତପସ୍ଵିନୀ କକ୍ଷ , ସମ୍ବଲପୁର ଓ ଜିଲ୍ଲା ସ୍କୁଲ୍ ଦୁଇଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଯୁବା ମୋହତ୍ସବ ରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଯୁବ ପ୍ରତିଯୋଗୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଥିଲେ ବିଭିଧତା ସହିତ ଏକତା କୁ ବାନ୍ଧି ରଖିବା ହେଉଛି ଯୁବା ଉତ୍ସବ ର ମୂଳ ଲକ୍ଷ ଏବଂ ସମସ୍ତ ପ୍ରତିଯୋଗୀ ଙ୍କୁ ସମ୍ବଲପୁର ଜିଲ୍ଲାର କଳା, ସଂସ୍କୃତି, ସାହିତ୍ଯ, ବିଶ୍ୱ ଦରବାର ରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିବାକୁ ଆହ୍ଵାନ ଦେଇଥିଲେ। ସମ୍ବଲପୁର ମହାନଗର ନିଗମ ର କମିଶନର ଶ୍ରୀ ବେଦଭୂଷଣ (ଆଇ.ଏ.ଏସ.) ଅ ଯୋଗଦେଇ କହିଲେ ଯୁବଉତ୍ସବ ମାଧ୍ୟମରେ ଯୁବକ ଯୁବତୀମାନଙ୍କର ପ୍ରତିଭାର ବିକଶିତ ହୋଇପାରିବ ଏବଂ ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରୀୟ ଯୁବ ଉତ୍ସବରେ କୃତିତ୍ୱ ହାସଲ କରି ସମ୍ବଲପୁର ଜିଲ୍ଲାକୁ ଗୌରବାନିତ୍ଵ କରିବାକୁ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ଲୋକ ନୃତ୍ୟ ଲୋକ ଗୀତ, ଔପଚାରିକ ବକ୍ତୃତା, ଚିତ୍ରାଙ୍କନ, ଗଳ୍ପ ଲିଖନ, କବିତା ଲିଖନ ଆଦି ପ୍ରତିଯୋଗିତା ର ଆୟୋଜନ କରଯାଇଥିଲା। ଜିଲ୍ଲାର ପ୍ରାୟ ୧୭୫ ରୁ ଊର୍ଦ୍ଧ୍ଵ ୧୫-୨୯ ବୟସର ଯୁବକ ଯୁବତୀ ମାନେ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଦଳଗତ ଲୋକ ନୃତ୍ୟ ପ୍ରତିଯୋଗିତାରେ କୁଚିଣ୍ଡା ଏନଏସି ପ୍ରଥମ ସ୍ଥାନ, ଯମନକିରା ଡାନ୍ସ ଗ୍ରୁପ ଦ୍ଵିତୀୟ ସ୍ଥାନ, ଫୋଳ୍କ ଡାନ୍ସ ଗ୍ରୁପ କୁଚିଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏକାକୀ ଲୋକ ନୃତ୍ୟ ପ୍ରତିଯୋଗିତାରେ କ୍ଷିତୁନ ଦାସ ଭାୟା ପ୍ରଥମ ସ୍ଥାନ, ରାଜା ନାୟକ ଦ୍ଵିତୀୟ ସ୍ଥାନ, ପୂଜା ସିଂହ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦଳଗତ ଲୋକ ସଙ୍ଗୀତ ପ୍ରତିଯୋଗିତାରେ କୁଚିଣ୍ଡା ଏନଏସି ପ୍ରଥମ ସ୍ଥାନ, ମାନେଶ୍ବର ଗ୍ରୁପ ଦ୍ଵିତୀୟ ସ୍ଥାନ, ବାମରା ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏକାକୀ ଲୋକ ସଙ୍ଗୀତ ପ୍ରତିଯୋଗିତାରେ ଅଙ୍କିତ ସରଙ୍ଗି ପ୍ରଥମ ସ୍ଥାନ, ଅମିଶା କୁଜୁର ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। କବିତା(ହିନ୍ଦୀ/ଇଂରାଜୀ) ରଚନା ପ୍ରତିଯୋଗିତାରେ ନିତିଶ ସହାନି ପ୍ରଥମ ସ୍ଥାନ, ସୁଇଟି ମିଶ୍ରା ଦ୍ଵିତୀୟ ସ୍ଥାନ, ପ୍ଲାବନ କୁମାର ଚୌଧରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଗଳ୍ପ ଲିଖନ(ହିନ୍ଦୀ/ଇଂରାଜୀ) ପ୍ରତିଯୋଗିତାରେ ବିବେକାନନ୍ଦ ତ୍ରିପାଠୀ ପ୍ରଥମ ସ୍ଥାନ, ସର୍ମିଷ୍ଠା ନାଗ ଦ୍ଵିତୀୟ ସ୍ଥାନ, ସରସ୍ଵତୀ ସାମନ୍ତରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରକଳା ପ୍ରତିଯୋଗିତାରେ ଖୁସି ସାହ ପ୍ରଥମ ସ୍ଥାନ, ଅଭିଷେକ ବିଶ୍ଵାଳ ଦ୍ଵିତୀୟ ସ୍ଥାନ, ସୌରଭ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଇଲୋକୁସନ ପ୍ରତିଯୋଗିତାରେ ସ୍ୱୟମ ପୁଝାରି ପ୍ରଥମ ସ୍ଥାନ, ସୁପ୍ରିୟା ମହାରଣା ଦ୍ଵିତୀୟ ସ୍ଥାନ, ଶିବତେନ ରାଜା ଖାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବେ।