Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାକ୍ତନ ବାମଣ୍ଡା ରାଜ୍ୟ ସ୍ତରୀୟ ସାରସ୍ଵତ ମହୋତ୍ସବ ପାଳିତ: ବହୁ ପ୍ରତିଭା ସମ୍ମାନିତ

ସମ୍ବଲପୁର : ବାମଣ୍ଡା ସାହିତ୍ୟ ସଂସଦ ,ଦେବଗଡ଼ ପକ୍ଷରୁ ଆଦିବାସୀ ଭବନ ପରିସରରେ ସଂସଦର ସଭାପତି ତଥା ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ମୁରଲୀ ଧର ନାୟକ ଙ୍କ ସଭାପତିତ୍ବରେ ପ୍ରାକ୍ତନ ବାମଣ୍ଡା ରାଜ୍ୟ ସ୍ତରୀୟ ସାରସ୍ଵତ ମହୋତ୍ସବ ପାଳିତ ହୋଇ ଯାଇଛି ।ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଓ ସମାଜସେବୀ ଡକ୍ଟର ସତ୍ୟ ପ୍ରକାଶ ଦୋରା, ପ୍ରଧ୍ୟାପକ ଡ଼ .ଦିଲ୍ଲୀପ ପାଣି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମା ସରସ୍ଵତୀ ଓ ଆଜି ଜନ୍ମ ଜୟନ୍ତୀ ଥିବା ସମ୍ବଲପୁର ହିତେଇସିନି ର ପ୍ରତିଷ୍ଠାତା ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରି ଥିଲେ । ବକ୍ତା ଗଣ ତାଙ୍କ ଭାଷଣରେ ଅତୀତ ବାମଣ୍ଡାର ସୌରଭ ସମ୍ପର୍କରେ ସ୍ମୁତି ରୋମନ୍ତନ କରି ଏ ଅଞ୍ଚଳର କବି ଓ କଳାକାର ଗଣ ବାମଣ୍ଡ। ର ହୃତ ଗୌରବ କୁ ଫେରାଇ ଆଣିବାକୁ ଆହ୍ବାନ ଦେଇଥିଲେ ।ଏହି ଅବସରରେ ପୂର୍ବରୁ ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଏବଂ ନିକଟରେ ବନ୍ୟ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ସୁବାସ ଚନ୍ଦ୍ର ନାୟକଙ୍କୁ “ଅଖୋଜ ବାମଣ୍ଡା ର ଜଙ୍ଗଲି ସୌରଭ” ଭାବରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇ ଥିଲା ।ଏକ ମୁରଲୀ ଧରଙ୍କ ରଚିତ ଏକ କବିତା ସଙ୍କଳନ କୁ ଅତିଥି ଗଣ ଉନ୍ମୋଚନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ଓକିଲ ତଥା ସାହିତ୍ୟିକ ହୃଦାନନ୍ଦ ଶର୍ମା ପରିଚାଳନା କରିଥିଲେ । ସାହିତ୍ୟ ସଂସଦ ର ସମ୍ପାଦକ ପ୍ରଫୁଲ୍ଲ କୁମାର ମହା ପତ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ଆବାହକ ପ୍ରମୋଦ ନାୟକ ଅତିଥି ଗଣଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ ।ଏହା ପରେ ଆୟୋଜିତ ଦ୍ଵିତୀୟ ଅଧିବେଶନ ରେ ସୁବାସ ନାୟକ ସଭାପତିତ୍ବ କରିଥିବା ବେଳେ ଝାରସୁଗୁଡ଼ାର ଶିକ୍ଷାବିତ୍ ଓ କବି ପ୍ରଣତି ପଟ୍ଟନାୟକ ପା ମୁଖ୍ୟ ଅତିଥି ,କବି ମାଧବୀ ପଟେଲ ଓ ବାମରା ସାମ୍ବାଦିକ ସଂଘର ସଭାପତି ସନ୍ତୋଷ ଶୁକଲା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଅବସରରେ ସଂସ୍କୃତିକ ସାଧକ ସୁରଥ ପଟେଲ, ପଙ୍କଜ ଜୟ ପୁରିଆ, ବାବୁନି ମହାନ୍ତି,ମଳୟ ବେହେରା ସାମ୍ବାଦିକ ଗଗନ ଶର୍ମା, ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା । କବିତା ଆସରକୁ ସସ୍ମିତା ପଟେଲ, ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡା,,ରଜନୀ ପଟେଲ ପ୍ରମୁଖ ସଂଯୋଜନା କରିଥିଲେ ।ଏଥିରେ ଷାଠିଏ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ ।ଶେଷ ରେ ଇନ୍ଦୁ ମିଶ୍ର ଧନ୍ୟ ବାଦ ଅର୍ପଣ କରିଥିଲେ ।