Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ବ ବିଭାଗ କୁ ଦୁର୍ନୀତି ମୁକ୍ତ କରିବାର ସଂକଳ୍ପ ନେଇଛି ଓଡିଶା ସରକାର : ସୁରେଶ ପୂଜାରୀ, ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ

ସମ୍ବଲପୁର:ଗତକାଲି ଜିଲ୍ଲାପାଳ ସିଧେଶ୍ୱର ବଳିରାମ ବୋନ୍ଦର ଙ୍କର ଅଧ୍ୟକ୍ଷତା ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଖରିପ ଧାନ କିଣା ପରିଚାଳନା ତଥା ରାଜସ୍ବ ବିଭାଗୀୟ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାର ଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ରହି ଜିଲ୍ଲା ର ବିଭାଗୀୟ ଅଧିକାରୀ ଙ୍କର ସହ ଆଲୋଚନା କରିଥିଲେ l
ଏହି ବୈଠକ ରେ ଜିଲ୍ଲାପାଳ ଙ୍କର ସହ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ସୁଚର କୁମାର ବଳ, ସମ୍ବଲପୁର ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା, କୁଚିଣ୍ଡା ଉପଜିଲ୍ଲାପାଳ ଡ଼. ଗୌରବମୟ ପ୍ରଧାନ, ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଂଜନ ମହାନ୍ତି ତଥା ରାଜସ୍ବ ଓ ଯୋଗାଣ ବିଭଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଜିଲ୍ଲା ରେ ମଣ୍ଡି ମାନଙ୍କର ଧାନ କିଣା ପ୍ରକ୍ରିୟା କିପରି କିପରି ଚାଲିଛି, କିଛି ଅସୁବିଧା ଅଛି କି, ଚାଷୀ ଙ୍କୁ ସଠିକ ମୂଲ୍ୟ ପ୍ରଦାନ, ୟାର୍ଡ଼ ମାନଙ୍କରେ ଅନୁସାଙ୍ଗିକା ବ୍ୟବସ୍ଥା ବିଷୟରେ ସବିଶେଷ ସମୀକ୍ଷା ମନ୍ତୀ ଶ୍ରୀ ପୂଜାରୀ ଙ୍କର ଦ୍ୱାରା କରାଯାଇଥିଲା l
ଏହି ଖରିପ ଋତୁ ରେ ଚାଷୀ ମାନଂକର ସଚେତନତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା l ସମସ୍ତ ୟାର୍ଡ଼ ରେ ପାନୀୟ ଜଳର ବ୍ୟବସ୍ଥା ତଥା ଆବଶ୍ୟକ ସ୍ଥଳେ ଖାଦ୍ୟ ଯୋଗେଇ ଦେବାକୁ ଜିଲ୍ଲା ପ୍ରଶାସନ କୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦେଶ ଦେଇଥଲେ l ଅନେକ ମଣ୍ଡି କୁ ଶୁଖିଲା ଧାନ ନେଇ ଚାଷୀ ବିକ୍ରି ପାଇଁ ଆଣୁଥିବାରୁ ମନ୍ତ୍ରୀ ଶ୍ରୀ ପୂଜାରୀ ସନ୍ତୋଷ ବ୍ୟକ୍ତ କରିଥିଲେ l
ନିଜର କାର୍ଯ୍ୟ ଦକ୍ଷତା ର ବିକାଶ ପାଇଁ ରାଜସ୍ବ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଗତି ରେ ଗିଅର ମାରନ୍ତୁ ତଥା ଲୋକଙ୍କୁ ନିରାଶ ନ କରି ତାଙ୍କୁ ପ୍ରକୃତ ସେବା ଯୋଗାନ୍ତୁ ବୋଲି ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ଏକ ଦୁର୍ନୀତି ମୁକ୍ତ ରାଜସ୍ବ ବିଭାଗ ହୋଇପାରିବ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି l ବିଭିନ୍ନ କାର୍ଯ୍ୟାଳୟ ରେ ସିସିଟିଭି ଲଗାଯିବ ସହ ଅଧିକାରୀ ଙ୍କୁ ଲାପଟବ ଯୋଗାଇଦେବା ର ଯୋଜନା ଅଛି l ଯଦ୍ୱାରା ବିଭିନ୍ନ କାର୍ଯ୍ୟର ତୀବ୍ରତା ଆସିବ l ଭୂମିହୀନ ଙ୍କୁ ବସୁନ୍ଧରା ଯୋଜନା ରେ ଚାରି ଡେସିମିଲ ଜମି ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ l ଏହି ଯୋଜନା ବନ୍ଦ ହେବନାହିଁ, ଆଗକୁ ବି ଜାରି ରହିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ l
ଶିକ୍ଷାନୁଷ୍ଠାନ ମାନଙ୍କୁ ଜମି ପଟ୍ଟା ପ୍ରଦାନ ସହ ସରକାରୀ ଜମି ଜବରଦଖଲକାରି ଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତୀ ଶ୍ରୀ ପୂଜାରୀ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l
କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଯଦି ସରକାରୀ ଜମି ଲିଜ ରେ ଦୀର୍ଘ ଦିନ ହେଲା ନେଇଛନ୍ତି ଓ କୌଣସି କାମ ରେ ନଲଗାଇ ଜମି କୁ ପକେଇ ରଖିଛନ୍ତି, ସେହି ଜମି କୁ ରାଜସ୍ବ ବିଭାଗ ଙ୍କୁ ଫେରେଇ ଆଣିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଶ୍ରୀ ପୂଜାରୀ କହିଥିଲେ l ଆଗାମୀ ଦିନରେ ରାଜସ୍ବ ବିଭାଗ ଯେମିତି ଯେମିତି ଲୋକଙ୍କର ପାଖକୁ ଯାଇ ଉଚିତ ସେବା ଯୋଗାଇ ପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମନ୍ତୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories