Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ୪୪୯ ହାଇସ୍କୁଲର ହେବ ରୂପାନ୍ତରଣ

ଭୁବନେଶ୍ବର: ନୂଆ ରୂପରେ ବଦଳୁଛି ସ୍କୁଲ। ରାଜ୍ୟରେ ଜାରି ରହିଛି ସ୍କୁଲ ରୂପାନ୍ତରଣ ପ୍ରକ୍ରିୟା। ଆଜି ତୃତୀୟ ପର୍ଯ୍ୟାୟରେ ୫ ଜିଲ୍ଲାର ୪୪୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ଏଥିରୁ ବାଲେଶ୍ବରର ୨୩୩, ନୟାଗଡ଼ର ୬୪, ନୂଆପଡ଼ାର ୫୮, ରାୟଗଡ଼ାର ୪୬ ସୁନ୍ଦରଗଡ଼ ଜିଲ୍ଲାରେ ନୂଆରୂପ ପାଇଥିବା ୪୯ଟି ହାଇସ୍କୁଲର ଲୋକାର୍ପଣ କରାଯିବା ।

ଫାଇଭ-ଟି ଉପକ୍ରମରେ ଏହି ସ୍କୁଲ ଗୁଡ଼ିକୁ ରୂପାନ୍ତରିତ କରିଛନ୍ତି ରାଜ୍ୟ ସରକାର । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩ ହଜାର ୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ଆଉ ୬ ମାସ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।