Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୦ରେ ଛବିଳ ସାଇ ଜୟନ୍ତୀ,କୁଦୋପାଲିକୁ ଆସିବେ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ଓଡ଼ିଶାର ଜାଳିୱାନା ବାଗ କୁଦୋପାଲି ରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିବେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ,ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଗାମୀ ୩୦ ତାରିଖ ରେ ବୀର ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ ରଣ ଭୂମି କୁଦୋପାଳି ଠାରେ ସହିଦ ହୋଇଥିବା ଛବିଳ ସାଏ ସମେତ ୫୭ଜଣ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସ୍ଥାନୀୟ ଜିଲ୍ଲାପାଳ,ଏସ ପି, ସବ୍ କଲେକ୍ଟର, ନିଗମ ଆୟୁଷ ଙ୍କ ପରିଦର୍ଶନ କରି ଆବଶ୍ୟକ ବ୍ୟବସ୍ଥା ବୁଲି ଦେଖିଥିଲେ।
ବୀର ଛବିଳ ସାଏ ସ୍ମୃତି କମିଟି ର ଅଧ୍ୟକ୍ଷ ଶ୍ରୀ ନାଉରି ନାୟକ ,ମୁଖ୍ୟ ସଂଯୋଜକ ଶ୍ରୀ ଜୟବ୍ରତ ଦେ ,ସଂଯୋଜକ ଶ୍ରୀ କିଶୋର ମହାକୁଡ,ଶ୍ରୀ ପ୍ରଦୀପ ସୂପକାର,ଶ୍ରୀ ଚନ୍ଦ୍ର ପଣ୍ଡା,ଶ୍ରୀ ଭରତ ସାହୁ,ଶ୍ରୀ ଚନ୍ଦନ ସାହାଣୀ ,ଶ୍ରୀ ଶ୍ୟାମଲ ବିଶ୍ୱାସ,ଶ୍ରୀ ମାଧବ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ମନ୍ତ୍ରୀମଣ୍ଡଳ ର ଅନେକ ସଦସ୍ୟ,ବିଧାୟକ,ସାଂସଦ ଯୋଗ ଦେବେ।ଆଖ,ପାଖ ଅଞ୍ଚଳରେ ଏହାକୁ ନେଇ ବହୁତ୍ ଉତ୍ସାହ ରହିଛି।