Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡରାଉଛି ବାତ୍ୟା ଭୟ; ଆସନ୍ତା ସପ୍ତାହରେ ବାତ୍ୟା ଆଶଙ୍କା

ଭୁବନେଶ୍ବର: ଖରା ମାସରେ ଡରାଉଛି ବାତ୍ୟା। ଗତ ୪ ବର୍ଷ ହେବ ଖରା ମାସରେ ତାଣ୍ଡବ ରଚୁଛି ବାତ୍ୟା। ଆସନ୍ତା ସପ୍ତାହରେ ଅର୍ଥାତ୍‌ ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ। ଏନେଇ ଆକଳନ କରିଛି ଆମେରିକାନ୍ GFS ମଡେଲ । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମେ ମାସ ଦ୍ବିତୀୟ ସପ୍ତାହରେ ବାତ୍ୟା ଆଶଙ୍କା ରହିଛି। ତେବେ ଯଦି ଏହି ବାତ୍ୟା ହୁଏ ଏହାର ନାଁ ରହିବ ‘ମୋଚା’ । ଏହାର ନାମକରଣ କରିଛି ୟେମେନ।

ତେବେ ବାତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନି ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ମାତ୍ର ଏହା ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବା ସମ୍ଭାବନା ନଥିବା କହିଛି ପାଣିପାଗ କେନ୍ଦ୍ର। ତେବେ ବାତ୍ୟା ହେବ କି ନାହିଁ ସେନେଇ ‌କୌଣସି ସ୍ପଷ୍ଟ ସୂଚନା ଏଯାଏ ମିଳି ନଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ