Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭିଭିତ୍ସା ୱାର୍ଲ୍ସ ସ୍କୁଲର ନୂଆ ଲୋଗୋ ଉନ୍ମୋଚିତ, ଉତ୍କର୍ଷତା ଦିଗରେ ଏକ ବଡ଼ ପଦକ୍ଷେପ – କ୍ୟୁରିଅସ୍ କବୁ ପ୍ରିସ୍କୁଲର ଗୌରବମୟ୧୦ ବର୍ଷ ପାଳନ

ସମ୍ବଲପୁର: କ୍ଲାରିଅସ କଳ୍ପ, ଲିଭିସା ୱାର୍ଲ୍ସ ସ୍କୁଲ୍ (ଭିଡବ୍ଲ୍ୟୁଏସ୍)ର ନୂଆ ଲୋଗୋର ଭବ୍ୟ ଉନ୍ମୋଚନ ଘୋଷଣା କରି ବେଶ୍ ଆନନ୍ଦିତ, ଯାହାକି ଶିକ୍ଷା କ୍ଷେତ୍ରରେ ଏହାର ଆଗାମୀ ଉଚ୍ଚାଭିଳାଷୀ ଅଧ୍ୟାୟ । ସମ୍ବଲପୁରରେ ଶିକ୍ଷାର ପୁନଃପରିକଳ୍ପନା ପାଇଁ ନିର୍ମିତ ଲିଲିକା ୱାଇଁ ସ୍କୁଲ ‘ଜାଣିବାର ଇଚ୍ଛା’ର ଦର୍ଶନକୁ ପ୍ରତିଫଳିତ କରିଛି ଏବଂ ବୌଦ୍ଧିକ, କଳାତ୍ମକ, ସାମାଜିକ ଏବଂ ଭାବନାତ୍ମକ ବିକାଶ ଉପରେ ଧ୍ୟାନ ଦେଇ ଶିକ୍ଷା ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟର ପ୍ରତିଶ୍ରୁତି ଦେଇଛି ।
ଏଜୁକେସନ୍ ୱାର୍ଚ୍ଚ ଦ୍ଵାରା ଭାରତର ୭ ନମ୍ବର ପ୍ରିସ୍କୁଲ ଭାବରେ ମାନ୍ୟତା ପାଇଥିବା କ୍ୟୁଗିୟସ କବ୍ ପ୍ରିସ୍କୁଲ୍ ଗର୍ବର ସହ ଯୁବ ମନକୁ ପୋଷଣ କରିବା ଏବଂ ଭବିଷ୍ୟତର ଲିଡରଙ୍କୁ ଗଢ଼ିତୋଳିବାର ଏକ ଦଶନ୍ଧି ପାଳନ କରୁଛି । ୨୦୧୪ ମସିହାରେ ସ୍ଥାପିତ ହୋଇଥିବା କ୍ୟୁରିୟସ୍ କଟୁ ସମ୍ବଲପୁର, ଭୁବନେଶ୍ଵର, ଝାରସୁଗୁଡ଼ା, ଗାଜରକେଲା ଓ ଗାୟପୁର ଭଳି ୫ଟି ସହରରେ ଗୋଟିଏ କେନ୍ଦ୍ରରୁ ଏକ ସମୃଦ୍ଧ ନେଟୱର୍କରେ ପରିଣତ ହୋଇଛି ।
ଏହି ଅବସରରେ ଭିଭିସ୍ତା ୱାଲ୍ଡ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ଯକ୍ଷା ଦେବଶ୍ରୀ ଦେବଜାନୀ ନିଜର ଉପାହ ବ୍ୟକ୍ତ କରି କହିଛନ୍ତି ଯେ, “ଆମର ସବୁଠାରୁ ଶକ୍ତିଶାଳୀ ସମର୍ଥକ ଥୁବା ପିତାମାତାଙ୍କ ବିଶ୍ଵାସ ପାଇଁ କ୍ୟୁରିୟସ୍ ଜଜ୍ଵର ୧୦ ବର୍ଷ ପୂର୍ତି ପାଳନ କରିବା ଆମକୁ ଅତ୍ୟନ୍ତ ଗର୍ବ ଏବଂ କୃତଜ୍ଞତାରେ ଭରି ଦେଇଛି । ଭିଭିତ୍ସା ୱାର୍ଲ୍ସ ସ୍କୁଲ ଲୋଗୋ ଉନ୍ମୋଚନ ସହିତ, ଆମେ ଆମର ମିଶନକୁ ପରବର୍ତୀ ସ୍ତରକୁ ନେବାକୁ ଲକ୍ଷ୍ୟ ରଖୁଛୁ, ଏକ ପରିବେଶ ପ୍ରଦାନ କରୁଛୁ ଯେଉଁଠାରେ ପିଲାମାନେ ସେମାନଙ୍କର ସମ୍ପୂର୍ଣ ସାମର୍ଥ୍ୟ ଆବିଷ୍କାର କରିପାରିବେ । ସମ୍ବଲପୁରରେ ଏହି ପରିବର୍ତନମୂଳକ ଧାରଣା ଆଣିବା ପାଇଁ ଆମେ ଆନନ୍ଦିତ ଏବଂ ପରବର୍ତୀ ପିଢ଼ିର ଭିତରଙ୍କୁ ଗଢ଼ିତୋଳିବାକୁ ଅପେକ୍ଷା କରିଛୁ ।”
୧୬ ଏକର ପରିମିତ ପରିସରରେ ବିସ୍ତାରିତ ଲିଭିସା ୱାଲ୍ଡ ସ୍କୁଲ ଅତ୍ୟାଧୁନିକ ଭିତିଭୂମିକୁ ବିଶ୍ୱସ୍ତରୀୟ ଅନୁପ୍ରାଣିତ ପାଠ୍ୟକ୍ରମ ସହିତ ମିଶ୍ରଣ କରିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉସୁକତା, ରଚନାତ୍ମକ ଚିନ୍ତାଧାରା, ସୃଜନଶୀଳତା ଓ ଆତ୍ମବିଶ୍ଵାସ ବଢ଼ାଇବା ପାଇଁ ବିଦ୍ୟାଳୟର ପ୍ରତ୍ୟେକ ଦିଗକୁ ସତର୍କତାର ସହ ପ୍ରସ୍ତୁତ କରାଯାଇଛି ।
୨୦୧୪ରେ ସ୍ଥାପିତ ହୋଇଥିବା କ୍ୟୁରିୟସ୍ କଚ୍ ପିସ୍କୁଲ୍ ଏକ ସମୃଦ୍ଧ ପ୍ରାରମ୍ଭିକ ଶୈଶବ ଶିକ୍ଷା ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ଭାରତର ଅନ୍ୟତମ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବରେ ସ୍ଵୀକୃତିପ୍ରାପ୍ତ, ଏହା ଏକାଧିକ ସହରରେ କାର୍ଯ୍ୟ କରୁଛି, ଯାହା ଯୁବ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶକୁ ପ୍ରୋତ୍ସାହିତ କରୁଛି ।
ଗିରିବା ଓ୍ବାଇଁ ସ୍କୁଲ ହେଉଛି ଏକ ବୈପ୍ଲବିକ ଶିକ୍ଷାନୁଷ୍ଠାନ ଯାହା ଉତ୍ସୁକତା ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ସମର୍ପିତ । ସମ୍ବଲପୁରରେ ଅବସ୍ଥିତ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ଏକ ଅଭିନବ ପାଠ୍ୟକ୍ରମ ସହ ଆଧୁନିକ ଭିତିଭୂମି ରଖାଯାଇଛି।