Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣ ଶୁକ୍ଲା ଫାଉଣ୍ଡେସନର ଶୁଭାରମ୍ଭ:ଅସହାୟ ଦୁର୍ବଳ ଶ୍ରେଣୀ ବରିଷ୍ଠ ନାଗରୀକଙ୍କୁ ଶୀତ ବସ୍ତ୍ର ପ୍ରଦାନ

ସମ୍ବଲପୁର:ପବିତ୍ର ବଡଦିନ ଓ ତୁଳସୀ ପୂଜନ ଦିବସରେ ଗରୀବ ଅସହାୟଙ୍କୁ ପୂଜା କଳାପରି ପ୍ରମୁଖ ସେବା ଭୂମିକା ରଖି ଆଜି ଅରୁଣ ଶୁକ୍ଲା ଫାଉଣ୍ଡେସନର ଶୁଭାରମ୍ଭ ହୋଇ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି।
ପଡିଆବାହାଲ ଠାରେ ନବ ନିର୍ମିତ କଲ୍ୟାଣ ମଣ୍ଡପରେ ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବାହାମ ଗ୍ରାମ ପଞ୍ଚାୟତର ଶତାଧିକ ଗରୀବ ଅସହାୟ ବରିଷ୍ଠ ପୁରୁଷ ଓ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରଥମ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଫାଉଣ୍ଡେସନ ମୁଖ୍ୟ ଅରୁଣ କୁମାର ଶୁକ୍ଲା(ସିଲୁ)ଙ୍କ ଉପସ୍ଥିତିରେ ଓ ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଏକ ସେବା ସଭା ଅନୁଷ୍ଠିତ ହୋଇଥିଲା।
ସଭାରେ ବିଶେଷ ସଂଗଠକ ପ୍ରମୋଦ କୁମାର ମଗର, ପୂର୍ବତନ ସମିତି ସଭ୍ୟ ହରିହର ନାୟକ,ସଂଗଠକ ତଥା ଶିକ୍ଷକ ଜୟକୃଷ୍ଣ ବାଗ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ବରିଷ୍ଠ ନାଗରୀକ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଥିଲେ।
ସମାଜସେବୀ ସଚିତ କୁମାର ବେହେରା(ହଲୁ)ଙ୍କ ପରିଚାଳନାରେ ଆୟୋଜିତ ସଭାରେ ସମସ୍ତଙ୍କୁ ଜଳପାନ ଓ ପାନୀୟ ଜଳ ଦେଇ ଆପ୍ୟାୟିତ କରାଯାଇ ଥିବା ବେଳେ ଏଥିରେ କୁଶ ରାଉତ, ଉପେନ୍ଦ୍ର ମେହେର ପ୍ରମୁଖ ସହଯୋଗ କରିଥିଲେ।ଆଗାମୀ ଦିନରେ ସମଗ୍ର ଅଞ୍ଚଳରେ ବିଭିନ୍ନ ସେବା କାର୍ଯ୍ୟକୁ ଆଗେଇ ନେବାପାଇଁ ଫାଉଣ୍ଡେସନ ମୁଖ୍ୟ ଅରୁଣ କୁମାର ଶୁକ୍ଲା ଘୋଷଣା କରି ଏଥିପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।