Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ସ୍ମୃତି କମିଟି ତରଫରୁ ବିଜେଡିର ପ୍ରତିଷ୍ଠା ଦିବସରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ସମ୍ବଲପୁର:ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସୋମବାର ସମ୍ବଲପୁର ବିଜୁ ସ୍ମୃତି କମିଟି ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଶୀତ ଦାୟରୁ ରକ୍ଷା ପାଇଁ ଅସହାୟ ଵୃଦ୍ଧ ବୃଦ୍ଧାଙ୍କୁ କମ୍ବଲ ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ଉପସ୍ଥିତ ଥିଲେ ଏହା ସହିତ କମିଟିର ବରିଷ୍ଠ ଉପଦେଷ୍ଟା ତଥା ସମାଜସେବୀ ହରାଦୀପ ସିଂ ଆଇନଜୀବୀ ସୁରେନ୍ଦ୍ର ଥାପା ଓ ପ୍ରଫୁଲ୍ଲ କୁମାର ଦାଶ ଯୋଗଦାନ କରିଥିଲେ Iବିଜୁ ସ୍ମୃତି କମିଟିର ଆବାହକ ପ୍ରଶାନ୍ତ ଥାପା, ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ, ଉପ ସଭାପତି ସତ୍ୟେନ୍ଦ୍ର ଦାସ,ବିକ୍ରମ ରଞ୍ଜିତ,ଆନନ୍ଦ କୁମାର, ରେଣୁ ମରେଇ, ବିଶ୍ଵାମିତ୍ର ସାହୁ, ଗଣେଶ କରାଳି, ଶେଷଦେଵ ଗୁରୁ,ସଞ୍ଜୟ ମହାପାତ୍ର,ଦେବାଶିଷ ପରିଡା, ବେଣୁଧର ଦାସ, ପ୍ରଦୋଷ ମହାନ୍ତି, ବସନ୍ତ ମିଶ୍ର ପ୍ରମୁଖ ସାମିଲ ଥିଲେ।