Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକ ମହୋତ୍ସବ ପାଇଁ ହେଲା ଭୁମିପୂଜନ

ସମ୍ବଲପୁର:ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଗୁରୁବାର ସମ୍ବଲପୁର ଅଇଁଠାପାଲି ସ୍ଥିତ ବୀରସା ମୁଣ୍ଡା ମଇଦାନ ( ପିଏଚଡ଼ି ପଡିଆ) ରେ ଭୁମିପୁଜନ ସହ ଷ୍ଟେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ ଅତିଥି ଭାବେ ଯୋଗଦେଇ ପୁଜାର୍ଚନାରେ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ଇଷ୍ଟଦେବୀ ମାଁ ସମଲେଇ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଇ ମାଁଙ୍କ ଆଶିର୍ବାଦ କାମନା କରାଯାଇଥିଲା। ମାଁ ସମଲେଇ ଙ୍କ ଆଜ୍ଞା ମାଳ ସହ ଲୋକ ମହୋତ୍ସବ ମଞ୍ଚ ଏବଂ ପ୍ରେକ୍ଷାଲୟ ସମିତି ବୀରସା ମୁଣ୍ଡା ମଇଦାନ ପହଞ୍ଚି ଭୁମିପୂଜନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଭୁମିପୂଜନ ସମ୍ପନ୍ନ ହେବାପରେ ଆଜ୍ଞାମାଳ କୁ ମଞ୍ଚରେ ସ୍ଥାପନ କରାଯାଇଥିଲା। ପଣ୍ଡିତ ଜିତେନ୍ଦ୍ର ନନ୍ଦ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଲୋକ ମହୋତ୍ସବ ମଞ୍ଚ ଏବଂ ପ୍ରେକ୍ଷାଲୟ ସମିତିର ଆବାହକ ନନ୍ଦକିଶୋର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ସମିତି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲୋକ ମହୋତ୍ସବ ଆୟୋଜନ ସମିତିର ସଂଯୋଜକ ପ୍ରଫୁଲ୍ଲ ହୋତା, ସହ ସଂଯୋଜକ ରଞ୍ଜନ ସାହୁଙ୍କ ସମେତ ସମସ୍ତ କମିଟି ର ଆବାହକ ମାନେ ସାମିଲ ହୋଇଥିଲେ ।