Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଜଣ ଚୋରା ମଦ ବେପାରୀ ଙ୍କୁ ଧରିଲା ହାଟଡିହି ଅବକାରୀ ପୋଲିସ।

ହାଟଡିହି ବ୍ଲକ ର ଅବକାରୀ ଥାନା ଅଧିକାରୀ ସ୍ମିତା ବେହେରା ଙ୍କ ନେତୃତ୍ଵ ରେ ଦୁଇ ଚୋରା ମଦ ବେପାରୀ  ଙ୍କୁ ଶୁକ୍ରବାର ଧରି କୋର୍ଟ ପଠାଇ ଛନ୍ତି ହାଟଡିହି ଅବକାରୀ ପୋଲିସ। ଯାହାକି ସୂଚନା ଅନୁଯାୟୀ ନନ୍ଦିପଦା ଥାନା ଅଧୀନରେ ଅଂରା ଗାଁ ଏବଂ ମରେଇଗାଁ ରୁ ଦୁଇ ଜଣ ବ୍ୟକ୍ତି ଙ୍କୁ ଧରିଛି। ଯାହଙ୍କ ପାଖରୁ ୧୩ଲିଟର ଦେଶୀ ମଦ ମିଳିଥିବା ବେଳେ ୨.୮୮୦ବିଦେଶୀ ମଦ ଜବତ ହୋଇଛି। ଧରା ପଡ଼ିଥିବା ଦୁଇ ବ୍ୟକ୍ତି ହେଉଛନ୍ତି ଭୀମସେନ ଜେନା (୫୨), ଉଦ୍ଧବ ଜେନା (୫୭) । ଏହି ଚୋରା ମଦ ବେପାରୀ ଙ୍କୁ ଧରିବା ବେଳେ ସାଙ୍ଗରେ ଥିଲେ ଅବକାରୀ ଥାନା ଅଧିକାରୀ ସ୍ମିତା ବେହେରା, ସୁଶାନ୍ତ କୁମାର ରାଉତ (ଅତିରିକ୍ତ ପୋଲିସ ଅଧିକାରୀ), (କନଷ୍ଟେବଳ)ନିବେଦିତା ମାଝୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ