Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଦିନ ବର୍ଷା ରେ ନନ୍ଦିପଦା ଥାନା ରାସ୍ତା କାଦୁଅ ରେ ଭର୍ତ୍ତି।

ହାଟଡିହି ଗତ ଦୁଇ ଦିନ ବର୍ଷା ରେ ଆନନ୍ଦପୁର ଉପଖଣ୍ଡ କେତେକ ରାସ୍ତା କାଦୁଅ ରେ ଭର୍ତ୍ତି ହୋଇଥିବା ବେଳେ ବାଦ୍ ପଡିନି ନନ୍ଦିପଦା ଥାନାର  ଯାତାୟାତ ରାସ୍ତା ଟି। ଦୈନିକ ନନ୍ଦିପଦା ଥାନା କୁ ଅଭିଯୋଗ କରିବାକୁ ପାଖା ପାଖି ଦଶ ଟି ପଞ୍ଚାୟତ ରୁ ଅଧିକ ଲୋକ ଆସୁଥିବା ବେଳେ ମାତ୍ର ଥାନା କୁ ଯିବା ର ରାସ୍ତା ଟି ଶ୍ୱଚନୀୟ ହୋଇ ପଡ଼ିଛି। ସେହି ରାସ୍ତା ଟିରେ ପାଦ ରେ ଚାଲି ଚାଲି ଯିବା ଆଦୌ ସମ୍ଭବ ନୁହେଁ। ଆଉ ଯଦି ବାଇକ୍ ରେ ଯିବେ ତାହାଲେ ଭଗବାନ ଙ୍କୁ ଭରଷା କରି ଯିବାକୁ ପଡିବ। ପ୍ରତିଦିନ ଥାନା ଗାଡ଼ି ଟି ଯିବା ଆସିବା ରେ ନାନା ସମସ୍ୟା ସୃଷ୍ଟି ହେଉଛି। ଯାହାକୁ ନେଇ ଲୋକେ ସମସ୍ୟା ଏବେ କେଉଁ ରାସ୍ତା ରେ ଯିବେ ତାହାକୁ ନେଇ ଚିନ୍ତାରେ। ଏହି ରାସ୍ତା ଲୋକଙ୍କ ର ସବୁ ବେଳେ କାମ ଆସୁଥିବାରୁ ବ୍ଲକ ଅଧିକାରୀ ଉକ୍ତ ରାସ୍ତା ପ୍ରତି ଧ୍ୟାନ ଦେଲେ ଲୋକେ ସୁବିଧା ରେ ଥାନା କୁ ଯାଇ ପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ