Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ସୁବାଶିଷ ପାଢ଼ୀଙ୍କ ମାଆ ନିଶାଖା ପାଢ଼ୀଙ୍କ ପରଲୋକ

ସମ୍ବଲପୁର:ପ୍ରଗତିବାଦୀର ସମ୍ବଲପୁର ଜ଼ିଲ୍ଲା ପ୍ରତିନିଧି ସାମ୍ବାଦିକ ସୁବାଶିଷ ପାଢ଼ୀ (ପିଣ୍ଟୁ) ଙ୍କ ମାଆ ନିଶାଖା ପାଢ଼ୀ (୮୮) ଙ୍କ ଆଜି ଅପରାହ୍ନ ରେ ପରଲୋକ ହୋଇଯାଇଛି। ଶ୍ରୀମତୀ ନିଶାଖା ପାଢ଼ୀ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡ଼ିତ ହୋଇ ମହାନଗର ନିଗମ ୱାର୍ଡ ନଂ ୪୦ ଅନ୍ତର୍ଗତ ରାସନପୁର ଗ୍ରାମ ସ୍ଥିତ ନିଜ ବାସଭବନରେ ଥିଲେ I ଆଜି ଅପରାହ୍ନ ରେ ଏହି ଦୁଃଖଦ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶୁଭେଚ୍ଛୁ ରାସନପୁର ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ I ମୃତ୍ୟୁ ଶଯ୍ୟା ନିକଟରେ ୨ ପୁଅ ହରି ଶଙ୍କର , ସାମ୍ବାଦିକ ସୁବାଶିଷ, ୩ ଝିଅ ଲକ୍ଷ୍ମୀପ୍ରିୟା, ବିଷ୍ଣୁ ପ୍ରିୟା, ସୁପ୍ରିୟା, ବୋହୂ, ନାତି ନାତୁଣୀ ଓ ଜ୍ଞାତି କୁଟୁମ୍ବ ମାନେ ଉପସ୍ଥିତ ଥିଲେ I ମର ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ସ୍ଥାନୀୟ ମାନେଶ୍ଵର ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା I ପୁଅ ସୁବାଶିଷ ପାଢ଼ୀ ମୁଖାଗ୍ନି ଦେଇଥିଲେ। ଏହି ଦୁଃଖଦ ଖବର ରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି I ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ, ପ୍ରିୟ ରଞ୍ଜନ ସାହୁ,ଓଜେୟୁ ଜ଼ିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁ, ବିଶିଷ୍ଟ ଚାଷୀ ନେତା ହରି ଶଙ୍କର ପୁରୋହିତ, ସଂଜିପ ପାଣିଗ୍ରାହୀ, ବିଶ୍ୱ ରଞ୍ଜନ ସାହୁ, ଫକିର ପାଣିଗ୍ରାହୀ, ରିକୁ ବେହେରା, ଜୟନ୍ତ ପ୍ରଧାନ, ସମ୍ପୂର୍ଣI ନନ୍ଦ ସାହୁ, ରଶ୍ମି ରଞ୍ଜନ ହୋତା, କିଶୋର ହୋତା ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଅନ୍ତିମ ଦର୍ଶନ କରିଥିଲେ I ସାମ୍ବାଦିକ ସୁବାଶିଷ ପାଢ଼ୀ ଙ୍କ ମାତା ନିଶାଖା ପାଢ଼ୀ ଙ୍କ ବିୟୋଗ ରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର, କାର୍ଯ୍ୟକାରୀ ସଭାପତି ସୁକାନ୍ତ କର, ସଂଘ ର ପଶ୍ଚିମ ଓଡିଶା ପ୍ରାନ୍ତୀୟ ସମ୍ପାଦକ ରମାକାନ୍ତ ବିଶ୍ଵାଲ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ