Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଟଡିହି ବ୍ଲକ ର ପ୍ରତି ବଜାର ରେ କ୍ୟାମେରା ଲଗାଇବାକୁ ଜିଲ୍ଲାପାଳ ଙ୍କୁ ନିବେଦନ କଲେ ସାମ୍ବାଦିକ।

ହାଟଡିହି ଏହି ଅଞ୍ଚଳରେ ଦିନକୁ ଦିନ ମୋବାଇଲ୍ ଚୋରି , ସହ ଟଙ୍କା ବ୍ୟାଗ୍, ସାଇକେଲ ଭଳି ଜିନିଷ ପତ୍ର ପ୍ରତିଦିନ ଚୋରି ହେଉଛି।। ଯାହାକୁ ନେଇ ପୋଲିସ କେବଳ ମାମଲା ରେ ସୀମିତ ରହୁଥିବା ରୁ ଲୋକେ ନିଜର ମୂଲ୍ୟବାନ  ଦ୍ରବ୍ୟ ଗୁଡ଼ିକ ହରାଇ ଅନୁତାପ କରୁଛନ୍ତି। ଏପରି ଘଟଣା ଏବେ ହାଟଡିହି ବ୍ଲକର ପ୍ରତି ଛକ ବଜାର ରେ ଘଟୁଥିବା ଦେଖିବାକୁ ମିଳୁଛି। ଯାହାକି ସୋମବାର ଦିନ ଜିଲ୍ଲାପାଳ ଙ୍କୁ ପ୍ରତି ବଜାର ରେ ଜିଲ୍ଲା ପୋଲିସ ପକ୍ଷରୁ ସିସି ଟିଭି କ୍ୟାମେରା ଲଗାଇବାକୁ ହାଟଡିହି ର ସାମ୍ବାଦିକ ମାନେ ଦାବି କରିଥିଲେ। ଏହାକୁ ନେଇ ଜିଲ୍ଲାପାଳ ବିଶାଳ ସିଂ ଚିଠି ଟିକୁ ପୋଲିସ ବିଭାଗ କୁ ଦେଇ ଥିବା ଦେଖିବାକୁ ମିଳିଥିଲା। ଏବେ ନୂଆ ବର୍ଷ ପାଇଁ ବଣଭୋଜି ଚାଲି ଥିବା ରୁ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ନେଇ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଅଧିକ ରୁ ଅଧିକ ଭିଡ ଦେଖିବାକୁ ମିଳୁଛି। ସେହି ପର୍ଯ୍ୟଟକ ମାନେ ଯେ ପରି ଏହି ଲୁଟ ର ଶିକାର ନହୁଅନ୍ତୁ ।ତେଣୁ ପୋଲିସ ପ୍ରଶାସନ ସଜାଗ ରହିବା ଆବଶ୍ୟକ। ତେଣୁ ପ୍ରତି ଥାନାରେ ଆବଶ୍ୟକ ମୁତାବକ କର୍ମଚାରୀ ନଥିବା ରୁ ଏହି ଭଳି ଦାୟିତ୍ୱ ତୁଲାଇବା ପାଇଁ କ୍ୟାମେରା ନିହାତି ଜରୁରୀ ବୋଲି ସାଧାରଣ ଲୋକେ ଦାବି କରୁଛନ୍ତି। ଏବେ ଅପେ୍ଷା କେବେ ଏହି ସମସ୍ୟା ର ସମାଧାନ ହେଉଛି ନା ଚିଠି ଚିଠି ରେ ରହୁଛି। ଏହି  ଅଭିଯୋଗ କରିବା ରେ ସହମତି ପ୍ରକାଶ କରିଥିବା ସାମ୍ବାଦିକ ମାନଙ୍କ ମଧ୍ୟରେ ଗୋପାଳ କୃଷ୍ଣ ରାଉତ, ଶୁଭକାନ୍ତ ନାୟକ, ବିଭୂତି ଭୂଷଣ ଜେନା, ଦେବେନ୍ଦ୍ର ବେହେରା, ପଙ୍କଜ କୁମାର ସାବତ, ନିରାକାର ପରିଡ଼ା, ରଞ୍ଜନ ଭୂୟାଁ, ଅମିୟ ରଞ୍ଜନ ବରାଳ, ଦୁର୍ଗା ପ୍ରସାଦ ଆଇଚ, ମନମୋହନ ନାୟକ, ପ୍ରବୀର ନାୟକ, ପ୍ରମୁଖ ସାମିଲ ହୋଇଥିଲେ।