Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର ୪୪ ତମ ପୁଣ୍ୟତିଥି ପାଳିତ

ସମ୍ବଲପୁର:ଆଜି ହେଉଛି ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର ୪୪ତମ ପୁଣ୍ୟତିଥି l ଏହି ଅବସରରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସଦସ୍ୟ ଙ୍କ ପକ୍ଷରୁ ସମ୍ବଲପୁର ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ରେ ଥିବା ଗୁରୁ ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା l
ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର ପୁଣ୍ୟ ତିଥି ରେ ଓଡିଶା ସାଂସ୍କୃତିକ ସମାଜ, ହୀରାଖଣ୍ଡ ସାମୁଖ୍ୟ, ଭାରତୀ ସମାଜ, ସମ୍ବଲପୁରୀ ଧନୁଯାତ୍ରା କମିଟି ପକ୍ଷରୁ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ।
ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାର ସମ୍ବଲପୁରୀ ଭାଷାରେ ଅନେକ ରଚନା କରିବା ସହ ଭାଷା ସଂସ୍କୃତିର ପ୍ରଚାର ଦିଗରେ ୫୦ ବର୍ଷ ଧରି ସଂଘର୍ଷ କରି ବହୁ ସମ୍ବଲପୁରୀ କବି ଲେଖକ ଏବଂ କଳାକାର ସୃଷ୍ଟି କରି ପାରିଥିଲେ। ତାଙ୍କର ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଥାଏ ।
ଆଜି ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ସମ୍ବଲପୁର ଲୋକ ମହୋତ୍ସବର ମୁଖ୍ୟ ସଂଯୋଜକ ପ୍ରଫୁଲ୍ଲ ହୋତା, ଓଡିଶା ସାଂସ୍କୃତିକ ସମାଜ ର ସଭାପତି ଡ଼.ପରେଶ ଚନ୍ଦ୍ର ଦାନୀ, ସାଧାରଣ ସମ୍ପାଦକ ଦୀନବନ୍ଧୁ ପଣ୍ଡା, ସମ୍ବଲପୁରୀ ଧନୁଯାତ୍ରା ନିର୍ଦ୍ଦେଶକ ବାବଲୁ ବାଗ, କଂସ ମହାରାଜ ଫଣିନ୍ଦ୍ର ପଣ୍ଡା, ସମଲେଶ୍ଵରୀ ଟ୍ରଷ୍ଟ ବୋଡ଼ର୍ ସଭାପତି ସଞ୍ଜୟ ବାବୁ, ସମ୍ବଲପୁର ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଶଙ୍କର ବେହେରା, ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ରାଜେନ୍ଦ୍ର ପଣ୍ଡା, ସମ୍ବଲପୁର ଲେଖକ ପରିଷଦ ର ସଭାପତି ଦେବାର୍ଚନ ଠାକୁର, ଜିଲା ବର୍ଷିଆନ କ୍ରୀଡ଼ା ସଂଘର ସୁରେନ୍ଦ୍ର ନାୟକ, ଐତିହାସିକ ଦୀପକ କୁମାର ପଣ୍ଡା, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ର ପ୍ରଶାନ୍ତ କୁମାର ପାଟଯୋଶୀ, ଓଡ଼ିଶା ଯାଦବ ପରିବାର ସୁରେନ୍ଦ୍ର ବଗର୍ତ୍ତି, ସିଦ୍ଧେଶ୍ୱରୀ ଧର୍ମ ସଂସଦର ଗୋପୀନାଥ ଷଡ଼ଙ୍ଗୀ, ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଉପଦେଷ୍ଟା ଡ଼.ପ୍ରମୋଦ ରଥ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ରହିଥିଲେ ।