Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜବର ଦଖଲ ମାପ ଜୂପ କରିବାକୁ ନେଇ ବିରୋଧ ଢେଙ୍କା ବ୍ରାହ୍ମଣ ଶାସନ ଦୁଇ ପରିବାର ଙ୍କ ମଧ୍ୟ ରେ ମୁହାଁ ମୁହିଁ।ଅଧାରୁ ଫେରିଲେ ରାଜସ୍ବ ନୀରିକ୍ଷକ।

ହାଟଡିହି ଢେଙ୍କା ପଞ୍ଚାୟତ ଢେଙ୍କା ଗ୍ରାମ ରେ ପାଣି ନାଳ ଖୋଳି ବାକୁ ଦୁଇ ପରିବାର ଲୋକେ ମୁହାଁ ମୁହିଁ। ଯାହାକୁ ନେଇ  ବ୍ରାହ୍ମଣ ସାହି ରାସ୍ତା ମନ୍ଦିର ନିକଟ ରେ ୧୦୦୬ନମ୍ବର୍ ପ୍ଲଟ ଟି ସୁଶାନ୍ତ ମିଶ୍ର ଙ୍କ ର ହୋଇଥିବାରୁ ସେଠାରେ ଗ୍ରାମବାସୀ ଏକ ଜଳ ନିଷ୍କାସନ ନିମନ୍ତେ ନାଳ କରିଥିବା ଦେଖିବାକୁ ମିଳିଥିଲା। ଯାହାକି ଉକ୍ତ ନାଳ ଟି କେଉଁ ସ୍ଥାନ ରେ ଅବସ୍ଥିତ ତାହାକୁ ଜାଣିବା ପାଇଁ ସୁଶାନ୍ତ ମାନ୍ୟବର ହାଇ କୋର୍ଟ ଙ୍କ ଚିଠି ବଳ ରେ ସରକାରୀ ଅମିନ ଓ ରାଜସ୍ବ ନୀରିକ୍ଷକ ଡାକି ମାପ ଜୁପ କରି ଯାଉଥିଲା। ଯାହାକୁ ନେଇ ଗାଁ ଅନ୍ୟ କିଛି ଲୋକେ ଏହି ମାପ ଠିକ୍ ରେ ହେଉ ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁ ମାପ ଯୁପ୍ କୁ ନେଇ ଗାଁ ଲୋକେ ବିରୋଧ କରିଥିଲେ ଏପରି ସ୍ଥଳେ ମାପ କରିବାକୁ ଆସିଥିବା ଅଧିକାରୀ ମାନେ ମାପ ନକରି ପାରି ଅଧାରୁ ଫେରି ଯାଇଥିଲେ। ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ
ଅନନ୍ତ ଦାସ, ରବୀନ୍ଦ୍ର ଦାସ ରତ୍ନ କର ଦାସ, ହରିହର ପଣ୍ଡା ଦଇତାରୀ ଦାସ,  ପ୍ରଶାନ୍ତ ମହାନ୍ତି , ପ୍ରଫୁଲ୍ଲ ମହାନ୍ତି ରହିଥିଲେ। ମାପ ଯୁପ କରିବାକୁ ଆସିଥିବା ଅଧିକାରୀ ମାନଙ୍କ ମଧ୍ୟରେ ରାଜସ୍ବ ନୀରିକ୍ଷକ ଦୀପ୍ତିମୟୀ ସାହୁ ରହିଥିବା ବେଳେ ସହୋଜୋଗି ଭାବେ ଏକାଦଶୀ ମଲ୍ଲିକ ରହିଥିଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ