Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ମଣ୍ଡି ଉଦଘାଟିତ, ଉତ୍ସାହ ର ସହ ଧାନ ବିକ୍ରି କଲେ ଚାଷି।

କଳାହାଣ୍ଡି:୦୫/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ରେ ଚଳିତ ବର୍ଷ ଠାରୁ ଖରିଫ ଧାନ ବିକ୍ରି କରିବା ପାଇଁ ଚାଷି ମାନେ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ନିଜ ପଞ୍ଚାୟତ ରେ ଧାନ ବିକ୍ରି କରିବା ପାଇଁ ସ୍ୱତନ୍ତ୍ର ମଣ୍ଡି ଖୋଲିବା ପାଇଁ ଦାବି କରିଥିଲେ। ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ ରେଙ୍ଗାଳପାଲି ପଞ୍ଚାୟତ ର ଝରିଆଗୁଡା ରେ ପ୍ରଥମ ଉପ ମଣ୍ଡି ଖୋଲିବା ପରେ ରେଙ୍ଗାଳପାଲି ଗ୍ରାମ ର ଚାଷି ରେଙ୍ଗାଳପାଲି ରେ ମୁଖ୍ୟମଣ୍ଡି ଖୋଲିବାକୁ ଧର୍ମଗଡ ବିଧାୟକ ସୁଧୀର ପାଟ୍ଟଯୋଶୀ ସମେତ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ। ଚାଷି ଙ୍କ ଦାବି କୁ ଗୁରୁତ୍ୱ ଦେଇ ଶନିବାର ରେଙ୍ଗାଳପାଲି ରେ ମଣ୍ଡି ଶୁଭାରମ୍ଭ ହେବାସହ ପୂଜାର୍ଚ୍ଚନା ପରେ ଧାନ କ୍ରୟ ଆରମ୍ଭ ହୋଇଛି। କୋକସରା କୃଷି ସମବାୟ ସମିତି ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ଓ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର ଅତିଥି ଭାବେ ଯୋଗଦେଇ ମଣ୍ଡି ଉଦଘାଟନ କରିଛନ୍ତି। ଏହି ମଣ୍ଡି ଉଦଘାଟନ ସମୟରେ ରେଙ୍ଗାଳପାଲି ର ଚାଷି ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ସତ୍ୟବାନ ପାଣିଗ୍ରାହୀ,ନାରାୟଣ ପଟ୍ଟନାୟକ, ବନମାଳୀ ପଣ୍ଡା, କଳ୍ପତରୁ ପଟ୍ଟନାୟକ, ପ୍ରସନ୍ନ ନାଏକ, ସହଦେଵ ନେଗି, ଜୟଶଙ୍କର ନିଆଳ, ସତ୍ୟବାନ ପଟ୍ଟନାୟକ,ଓ ପେକ୍ସ ଅଧୀନ ର ଶତାଧିକ ଚାଷୀମାନେ ଉପସ୍ଥିତ ରହିଥିବା ବେଳେ କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ମଣ୍ଡି ପରିଚାଳନା କରିଥିଲେ।