Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ଶିକ୍ଷକ,କର୍ମଚାରୀ ସଂଘ ର ବୈଠକ

ସମ୍ବଲପୁର :ଅବସରପ୍ରାପ୍ତ ଶିକ୍ଷକ,କର୍ମଚାରୀ ସଂଗଠନ ଏକ କାର୍ଯ୍ୟକାରୀ କମିଟି ବୈଠକ ସମ୍ପ୍ରତି ସଂଗଠନର ବରିଷ୍ଠ ସଭ୍ୟ ହୀରାଲାଲ ବାରିକଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଲାଇବ୍ରେରୀ ହଲ ଠାରେ ଅନୁଷ୍ଠିତ ହୋଇ ଥିଲା।ସଭାରେ ବରିଷ୍ଠ ସଭ୍ୟ ମାନେ ଯୋଗ ଦେଇ ଥିଲେ।ବିଭିନ୍ନ ସମସ୍ୟ ଯଥା ପେନ୍ନସନ ଭୋଗୀ ଙ୍କୁ ଅନ୍ୟ ରାଜ୍ୟ ପରି ଚିକିତ୍ସା ଭତ୍ତା ପ୍ରଦାନ,କମୁଟେଡ଼ ପେନସନ ଋଣ ର ସୁଧହାର ହ୍ରାସ , ଆର.ଏ,ସି,ପି ୨୦୧୩ ନିୟମ ଅନୁସାରେ ତା ପୂର୍ବ ରୁ ଅବସର ନେଇଥବା ଶିକ୍ଷକ କର୍ମଚାରୀ ଙ୍କୁ ପ୍ରଦାନ କରାଯିବାକୁ ଦାବି କରାଯାଇ ପ୍ରସ୍ତାବ ଗୃହୀତ ହେଲା।ଆସନ୍ତା ୧୭ ଜାନୁଆରୀ ଦିନ ତବଲା ଠାରେ ସଂଗଠନ ର ପରବର୍ତ୍ତୀ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବାକୁ ସଂଗଠନ ର ସମ୍ପାଦକ ରାଜେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।ଏହି ସଭାରେ ଉଦିତ ଚନ୍ଦ୍ର ପାଟଯୋଶୀ, କୈଳାଶଚନ୍ଦ୍ର ବାରିକ,ସନ୍ତୋଷ ମିଶ୍ର,ଶୁକ୍ଳାଶୁ ପଟ୍ଟନାଏକ,ବାଳକୃଷ୍ଣ ବିଶ୍ୱାଳ,ତ୍ରିଲୋଚନ ସାହୁ ଭୀମସେନ ସାହୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।