Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ଜିବାକୁ ପଡ଼ିବନି ବେସରକାରୀ ବିଦ୍ୟାଳୟ

ଆଠମଲ୍ଲିକ: ସରକାର ପ୍ରାଥମିକ ଶିକ୍ଷାର ଭିର୍ତ୍ତିଭୁମି ଉନ୍ନତି ପାଇଁ ବାଲବାଟି ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି.. ସେହି କ୍ରମରେ ଆଜି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଳକ ପାଇକସାହିରେ ଆଦର୍ଶ ମୋୖଳିକ ସାକ୍ଷରତା ଓ ସଂଖ୍ୟାଜ୍ଞନ ବିଦ୍ୟାଳୟର ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ରମେଶ ସାଏ..ଏହି ବିଦ୍ୟାଳୟରେ ପିଲାଏ ପ୍ରଥମ ଶ୍ରେଣୀ ପଡିବା ପୂର୍ବରୁ ତିନିବର୍ଷ ଖେଳିବେ , ଚିତ୍ର ଆଙ୍କିବେ ଓ ଖେଳନା ମାଧ୍ୟମରେ ଶିକ୍ଷା ଆହରଣ କରିବ.. ଯେପରି ବେସରକାରୀ ବିଦ୍ୟାଳୟରେ ପ୍ଲେ, ନର୍ସରୀ ଶ୍ରେଣୀ ଥାଏ. ସେହି ପରି ସରକାରୀ ବିଦ୍ୟାଳୟରେ ସମାନ ଢଙ୍ଗରେ ପିଲାଙ୍କୁ ଶିକ୍ଷାଦାନ କରାଯିବ.. ଯାହା ପୁର୍ବରୁ କରାଯାଉ ନଥିଲା..ପିଲା ଭବିଷ୍ୟତରେ ଭଲ ପଡିବାରେ ବିଫଳ ହେଉଥିଲା ..ଏହି ଆଧାର ରେ ଓଡିଶାରେ ପ୍ରଥମେ ଦୁଇ ହଜାର ବିଦ୍ୟାଳୟ ବାଲବଟିକା ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯାଉଛି.. ସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ଫେରାଇ ଆଣିବାକୁ ସରକାର ପ୍ରୟାସ କରିଛନ୍ତି..ଶିକ୍ଷାର ମୁଳଦୁଆରି ଉନ୍ନତ ପାଇଁ ଆଗକୁ ଦରକାର ପଡିଲେ ଅଧିକ ବିଦ୍ୟାଳୟ ସ୍ଥାପନ କରାଯିବ..ଏହି ଉଦଘାଟନି ସଭାରେ ଆଠମଲ୍ଲିକ ଶିକ୍ଷା ଅଧିକକାରୀ ଦଶରଥି ଶୁଣ୍ଡୁ, CRC ଛବି ନାରାୟଣ ସିଠି, ଜିଲ୍ଲା ପରିଷଦ, ସରପଞ୍ଚ ନିରୋଦ କାନ୍ତ ପ୍ରଧାନ ଆଦି ଙ୍କ ସମେତ ବହୁ ଶିକ୍ଷକ, ଅଭିଭାବକ ଆଦି ଯୋଗ ଦାନ କରିଥିଲେ….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ