Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୁଲାଇ ଯାଏ ମିଳିବନି ଗହମ; ଏଫସିଆଇ

ଭୁବନେଶ୍ବର: ଜୁଲାଇ ଯାଏ ପିଡିଏସ୍‌ରେ ମିଳିବନି ଗହମ  । ଗହମ ବଦଳରେ ମିଳିବ ଚାଉଳ। ଏ ନେଇ ସୂଚନା ଦେଇଛି ଏଫସିଆଇ । ଗହମ ଅଭାବ ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଛି । ଜୁନ ୨୩ ତାରିଖ ସୁଦ୍ଧା ଗହମ ବଦଳରେ କେନ୍ଦ୍ର ଚାଉଳ ଦେବ କେନ୍ଦ୍ର ।

ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୬ ପ୍ରତିଶତ ଚାଉଳ ଅର୍ଥାତ ୧ ଲକ୍ଷ ୬୦ ହଜାର ମେଟ୍ରିକ ଟନ ଏବଂ ୧୪ ପ୍ରତିଶତ ଅର୍ଥାତ ୩୦ ହଜାର ମେଟ୍ରିକ ଟନ ଗହମ ଯୋଗାଣ ହୁଏ। ଏଥିରେ ସମୁଦାୟ ୩ କୋଟି ୨୫ ଲକ୍ଷ ଲୋକ ଗହମ କ୍ରୟ କରି ଥାଆନ୍ତି।

ଓଡ଼ିଶାରେ ଗହମ ଉତ୍ପାଦନ ଯଥେଷ୍ଟ ନ ଥିବାରୁ ପଞ୍ଜାବ, ହରିୟାଣାରୁ ସଂଗୃହୀତ ଗହମ କେନ୍ଦ୍ର ଓଡ଼ିଶାକୁ ଦିଏ। ହେଲେ ଗତବର୍ଷ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଋଷ ଅନ୍ୟ ଦେଶକୁ ଗହମ ପଠାଇ ପାରିଲା ନାହିଁ। ଫଳରେ ଗହମ ଅଭାବ ଦେଖା ଦେଇଥିଲା । ଯାହାର ପ୍ରଭାବ ପିଡିଏସରେ ମଧ୍ୟ ପଡ଼ିଥିଲା।