Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ସମ୍ବଲପୁର :୧୦.୧.୨୦୨୫ ଦିନ ବାଲ୍ୟବିବାହ ବନ୍ଦ କରିବା ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ର ଆୟୋଜନ କରା ହୋଇଥିଲା।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ରେଣୁବାଳା ନନ୍ଦ ସ୍ବାଗତ ଭାଷଣ ରେ କାର୍ଯକ୍ରମ ଆରମ୍ଭ କର।ହୋଇଥିଲ।ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା ରେ ଉକ୍ତ ବୈଠକ ର ଆୟୋଜନ କରା ହୋଇଥିଲା। ପ୍ରସନ୍ନ କୁମାର ପାତ୍ର ସିଡିଓ ଜିଲ୍ଲା ପରିଷଦ ଉକ୍ତ ଅତିଥି ଭାବରେ ଯୋଗ ଦେଇ ବାଲ୍ୟ ବିବାହ କିପରି ଭାବରେ ନିରାକରଣ କରାଯାଇ ପାରିବ ମତାମତ ରଖିଥିଲେ।ଏଡ୍. ଏଟ୍.ଆକ୍ସନ ର ଜିଲ୍ଲା ସଂଯୋଜିକ। ଶ୍ରୀମତୀ ସୁନିତା ତ୍ରିପାଠୀ ଉକ୍ତ କାର୍ଯକ୍ରମ ରେ ବାଲ୍ୟ ବିବାହ କୁ ନେଇ ବିଭିନ୍ନ ବିଭାଗ ର ଦାୟିତ୍ଵ କୁ ନେଇ ପ୍ରସ୍ତୁତ ହୋଇଥିବା ଯୋଜନା ଉପସ୍ଥାପନ କରିଥିଲେ।ଉକ୍ତ କାର୍ଯକ୍ରମ ରେ ସମ୍ବଲପୁର ଜିଲ୍ଲା ର ୬୮ ଟ। ଗ୍ରାମ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରା ହୋଇଥିଲା।ଏହି କାର୍ଯକ୍ରମ ରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ସିଡିଏମଓ , ମୋୖସମି ମିଶ୍ର ଡି.ପି.ଏମ ଏନଆରଏଚଏମ, ଆରବିଏସକେ ମ୍ୟାନେଜର ଯୋଗଦାନ ଦେଇ ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ର ଦାୟିତ୍ଵ ସମ୍ପର୍କ ରେ ରଖିଥିଲେ।ଉକ୍ତ କାର୍ଯକ୍ରମ ରେ ଶିକ୍ଷା ବିଭାଗ ,ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ମାନେ ,ଡିପିସି ମିଶନ ଶକ୍ତି , ପ୍ରୋଗ୍ରାମ ଅଫିସର , ଆଦର୍ଶ,ପତଙ୍ଗ ,ହିଣ୍ଡାଲକୋ ଆଦିର ପ୍ରତିନିଧି ମାନେ ଯୋଗ ଦାନ ଦେଇଥିଲେ।କାର୍ଯକ୍ରମ ରେ ସମ୍ବଲପୁର କୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କର। ହୋଇଥିଲା।କାର୍ଯକ୍ରମ ଶେଷରେ ଶ୍ରୀମତୀ ସରିତା ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
.