Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲତା ମହୋତ୍ସବ ବାର୍ଷିକ ବନ୍ଧୁ ମିଳନ ପାଇଁ ପ୍ରତିଯୋଗିତା

ସମ୍ବଲପୁର: ଆସନ୍ତାକାଲି ୧୨ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଥିବା କୁଲତା ସମାଜ ସମ୍ବଲପୁରର ୨୭ ତମ ବାର୍ଷିକ ବନ୍ଧୁ ମିଳନ “କୁଲତା ମହୋତ୍ସବ” ପାଇଁ ଆଜି ଶନିବାର ଛାତ୍ର ଛାତ୍ରୀ, ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ରାମଚଣ୍ଡୀ ସେବାସଦନ ଦାନୀପାଲି ଠାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ କୁଲତା ସମାଜ ସମ୍ବଲପୁର ସଭାପତି କୃପାସିନ୍ଧୁ ଖମାରୀ, ସାଧାରଣ ସମ୍ପାଦକ ରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ I ସିନିୟର ଓ ଜୁନିଅର ବିଭାଗ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଗୀତ, ରେକର୍ଡ ଡ୍ୟାନ୍ସ ଏବଂ ମହିଳା ମାନଙ୍କ ମଧ୍ୟରେ ରଙ୍ଗୋଲି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I
ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର (ମୁଖ୍ୟ ଅତିଥି), ବିଜେପୁର ବିଧାୟକ ସନତ ଗଡତିଆ, ସମ୍ବଲପୁର ମହାନଗର ନିଗମ କମିଶନର ବେଦ ଭୂଷଣ ପ୍ରମୁଖ ସମ୍ବାନିତ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି l ଏହି ଅବସରରେ ବାର୍ଷିକ ମୁଖପତ୍ର “କୁଳ ପ୍ରତିଭା” ଉନ୍ମୋଚନ କରାଯିବ I ଏହା ସହିତ ଦଶମ ଶ୍ରେଣୀରେ ୮୦ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖିଥିବା କୁଲତା ସମାଜର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ ଏବଂ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବ I ଆଜିକାର କାର୍ଯ୍ୟକ୍ରମ ରେ ଯଶୋବନ୍ତି ନାୟକ, ହାରାଧନ ପ୍ରଧାନ,ସୁପ୍ରଭା ପ୍ରଧାନ, ଜଟା ଭୂଷଣ ସାହୁ, ଅଭିରାମ ଖମାରି, ନାରଦ ପାତ୍ର,ଦେଵତ୍ତମ ପ୍ରଧାନ, ନିର୍ମଳ ପ୍ରଧାନ, କ୍ଷୀରୋଦ ପ୍ରଧାନ, ଅକ୍ଷୟ ପ୍ରଧାନ, ଦେବୀ ପ୍ରସାଦ ଭୋଇ, ନେତ୍ରାନନ୍ଦ ପ୍ରଧାନ, ପ୍ରଦୀପ ସାହୁ, ଭବାନୀ ଭୋଇ, ପ୍ରେମାନନ୍ଦ ସାହୁ, ଆଲୋକ ସାହୁ, ଉର୍ମିଳା ବାରିକ, ରବି ନାରାୟଣ ପ୍ରଧାନ, ସରୋଜ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।