Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଦ୍ଵିକ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ

ଶିକ୍ଷାର ଗୁଣାତ୍ମକ ବୃଦ୍ଧି ସହ ପ୍ରତିଭା ବିକାଶ ନେଇ ଗୁରୁତ୍ୱ
ସମ୍ବଲପୁର:ପ୍ରାଥମିକ ସ୍ତରରୁ ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ସହିତ ଶିକ୍ଷାର୍ଥୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନେଇ ଅଦ୍ଵିକ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବରେ ଅତିଥି ମାନେ ଗୁରୁତ୍ୱ ଦେଇଛନ୍ତି।
ଆଜି ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟରିୟମ ହଲ ଠାରେ ସ୍କୁଲର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ରାମକୃଷ୍ଣ ଦୋରା ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଭକ୍ତ ପ୍ରସାଦ ନନ୍ଦ, ସାମାଜିକ କର୍ମୀ ଡା. ରାଜାରାମ ଷଡ଼ଙ୍ଗୀ, ଆଦିତ୍ୟ ଆଲୁମିନା ର ଅବସର ପ୍ରାପ୍ତ ଭାଇସ ରେସିଡେଣ୍ଟ ସୁଶାନ୍ତ ଗୁରୁ ଯୋଗ ଦେଇ ଶିକ୍ଷାର ଗୁଣାତ୍ମକ ଦିଗ ସହିତ ବିଦ୍ୟାର୍ଥୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ମା ସମଲେଶ୍ୱରୀଙ୍କ ଠାରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ପରେ ସ୍କୁଲର ଅଧ୍ୟକ୍ଷ ଯୁଗଳ କିଶୋର ରଥ ସମସ୍ତଙ୍କୁ ସ୍ୱାଗତ ଜଣାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଶିକ୍ଷାର୍ଥୀ ଓ ଅବିଭାବକ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ଏକ ବର୍ଷ ମଧ୍ୟରେ ବିଭିନ୍ନ ଉଲ୍ଲେଖନୀୟ ଭୂମିକା ପାଇଁ ଶିକ୍ଷାର୍ଥୀ ଓ ଅବିଭାବକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସ୍କୁଲର ନିର୍ଦେଶକ ଗଣେଶ ରାମ ପଣ୍ଡାଙ୍କ ପରିଚଳନାରେ ଅଧ୍ୟକ୍ଷା ଅଳକା ନନ୍ଦ ରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।