Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୋଗ ପରିବାର ପକ୍ଷରୁ ସଫେଇ ଅଭିଯାନ

ସମ୍ବଲପୁର:କମିଶନର କଲୋନୀ କ୍ରିକେଟ କ୍ଲବ୍ ସ୍ଥିତ ଯୋଗ ପରିବାର ପକ୍ଷରୁ ରବିବାର ସକାଳେ ଗାନ୍ଧୀ ପାର୍କ ଠାରେ ସଫେଇ ଅଭିଯାନ କରାଯାଇଥିଲା। ପ୍ରତିଦିନ ଭୋର ଛଅଟା ରୁ ଆଠଟା ପର୍ଯ୍ୟନ୍ତ କମିଶନର କଲୋନୀ ପଡ଼ିଆରେ ନିଶୁଳ୍କ ଯୋଗ ଶିବିର ଆୟୋଜନ କରାଯାଇଥାଏ। ତେବେ ଏହାସହ ବିଭିନ୍ନ ସମୟରେ ସାମାଜିକ ଏବଂ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଆଜି ଯୋଗ ଶିବିର ପରେ ବିବେକାନନ୍ଦ ଜୟନ୍ତୀ ଅବସରରେ ଗାନ୍ଧି ପାର୍କ ସଫେଇ କରିବାକୁ ନିଷ୍ପତି ନିଆଯାଇଥିଲା। ଯୁବ ଶକ୍ତୀ ମାନେ ସମାଜର ବିକାଶ ଦିଗରେ ସହଭାଗୀ ହେବାକୁ ଆହ୍ବାନ କରାଯାଇଥିଲା। ଯୋଗ ପରିବାର ର ସଦସ୍ୟ ମାନେ ଉଦ୍ୟାନ ପରିସର ସଫେଇ କରିଥିଲେ । ପ୍ରତି ରବିବାର ଯୋଗ ପରିବାର ସଦସ୍ୟ ମାନେ ସଫେଇ ଅଭିଯାନ ରେ ସାମିଲ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା।‌ ଏଥିରେ ସୁଧୀର ମିଶ୍ର ,ରାକ୍ଷୀ ମିଶ୍ର, ବିଚିତ୍ରାନନ୍ଦ ଆଚାର୍ଯ୍ୟ, ବିକାଶ ତ୍ରିପାଠୀ ,ବିରଞ୍ଚି ନାରାୟଣ ନାୟକ ,ପ୍ରଦୀପ୍ତ କିଶୋର ସୁଶାରୀ,କ୍ଷିତୀଶ କୁମାର ବିଶ୍ଵାଳ, ଉଦୀପ୍ତ ତ୍ରିପାଠୀ , ସଂଜୀବ ଦାଶ ,ନରେନ୍ଦ୍ର ପଟେଲ ,ମାନସ ରଞ୍ଜନ ହୋତା ,ଉଗ୍ରସେନ ପୋଢ଼, କର୍ଣ୍ଣ ଓରାମ ପ୍ରମୁଖ ସାମିଲ ହୋଇଥିଲେ।