Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହିତ୍ୟ ଏବଂ ସଙ୍ଗୀତ ମଧ୍ୟ ଯୋଗର ଅଂଶବିଶେଷ

ସମ୍ବଲପୁର:ସମ୍ବଲପୁର ସିନ୍ଦୁରପଙ୍କ ସ୍ଥିତ ପୀତାବଳୀ ମନ୍ଦିର ପରିସରରେ ଯୋଗ ପରିବାର ପକ୍ଷରୁ ମଙ୍ଗଳବାର ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାଯର୍‌ୟକ୍ରମରେ ଯୋଗ ପରିବାରର ସଦସ୍ୟ ସମେତ ବହୁ ଶ୍ରଦ୍ଧାଲୁ ଯୋଗ ଦେଇଥିଲେ । ଏହି ଅବସରରେ କାଯକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗବେଷକ ଅଧ୍ୟାପକ ମୋହନ ସାହୁ କହିଥିଲେ ଯେ, ସାହିତ୍ୟ ଏବଂ ସଙ୍ଗୀତ ମଧ୍ୟ ଯୋଗର ଅଂଶ ବିଶେଷ । ତିନୋଟି ଯାକ ବିଷୟ ସାଧନା ଉପରେ ଆଧାରିତ । ତିନୋଟି ଯାକ କ୍ଷେତ୍ରରେ ସାଧନାରତ ମଣିଷହିଁ ସଫଳତା ପାଇଥାଏ । ସମ୍ବଲପୁରୀ ଲୋକ ସଂସ୍କୃତି କୁ ନେଇ ମଞ୍ଚାସୀନ ଅତିଥି ମାନେ ନିଜସ୍ବ ମତ ଉପସ୍ଥାପନା କରିଥିଲେ । ସାରସ୍ବତ ସମାରୋହ ଅବସରରେ ବିଶିଷ୍ଟ ଆକାଶବାଣୀ ଗିତିକାର ବିଭୁତି ଭୂଷଣ ନାଥଙ୍କ ଦୁଇଟି ଗୀତିକବିତା ପୁସ୍ତକ ଉନ୍ମୋଚନ କରାଯାଇଥିଲା । କାଯ୍ଯକ୍ରମରେ ଉପସ୍ଥିତ ଅତିଥି ବିଶିଷ୍ଟ ଆକାଶବାଣୀ କଣ୍ଠଶୀଲ୍ପୀ ତେଜରାଜ ନାୟକ,ବିଭୁତି ପଟନାୟକ, ମୋତିଲାଲ ଦୋରା ଫକୀର ପୃଷ୍ଟୀ,ସନ୍ତୋଷ ଦାସ ପ୍ରୁମଖ ବିଭୁତି ଭୂଷଣ ନାଥଙ୍କଗୀତି କବିତା ପୁସ୍ତକ ଝାରମଲୀ ଏବଂ ସ୍ବର ଲହରୀ କୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ କୁ ସମ୍ବଲପୁରୀ ଦରପନ ପତ୍ରିକା ର ସମ୍ପାଦକ ଭବାନୀଶ ଭୋଇ ପରିଚାଳନା କରିଥିଲେ। ଉତ୍ସବରେ ଲେଖକୀୟ ମନ୍ତବ୍ୟ ରଖି କହିଥିଲେ ଯେ, ତାଙ୍କର ବହୁ ଗୀତକୁ ସ୍ବର୍ଗତ ଫକୀର ପଟନାୟକ, ବିଭୂତି ପଟନାୟକ, ସନ୍ତୋଷ ମିଶ୍ରଙ୍କ ଭଲି ବହୁ ପ୍ରତିଷ୍ଠିତ ଗାୟକ କଣ୍ଠଦେଇ ଲୋକପ୍ରୀୟ କରିପାରିଥିଲେ । ଏହାସେତ୍ତ୍ବେ ସେହି ଗୀତ ଗୁଡିକ ଏତେବର୍ଷ ପରେ ବହିରରୁପ ନେଇଛି । ଏହି ଅବସରରେ ବିଶିଟେ ସମ୍ବଲପୁରୀ ଗାୟକ ବିଭୁତି ପଟନାୟକ ମକର ମିଳନ ଅବସରରେ ବିଭୁତି ନାଥଙ୍କ ଗୀତିକବିତା ପୁସ୍ତକ ଆକାରେ ପ୍ରକାଶିତ ହେବା ନେଇ ଖୁସି ପ୍ରକାଶ କରିଥିଲେ । ଏହାସହ ତାଙ୍କ ରଚିତ ଦୁଇଟି ଲୋକପ୍ରୀୟ ଗୀତ ପରିବେଷଣ କରିଥିଲେ । ସମାରୋହରେ ଅନ୍ୟତମ ଅତିଥି ତେଜରାଜ ନାୟକ ଏବଂ ସନ୍ତୋଷ ମିଶ୍ର ମଧ୍ୟ ବିଭୁତି ଭୂଷଣ ନାଥଙ୍କ ରଚିତ ଲୋକପ୍ରୀୟ ପୁରୁଣା ଗୀତ ପରିବେଷଣ କରିଥିଲେ । ସମ୍ବଲପୁରୀ ଲୋକସଙ୍ଗୀତ ଭିତରେ ଅନେକ କିଛି ହଜିବାକୁ ବସିଥିବା ବେଲେ ଏଭଲି ପ୍ରୟାସ ଜରିଆରେ ସେହି ପୁରୁଣା ସଂସ୍କୃତିକୁ କୁ ପୁର୍ନଜୀବିତ କରାଯାଇ ପାରିବ ବୋଲି ସନ୍ତୋଷ ମିଶ୍ର କହିଥିଲେ । ଅନ୍ୟତମ ଅତିଥି ମୋତିଲାଲ ଦୋରା କହିଥିଲେ ଯେ ବିଭୁତି ନାଥ ଛୋଟ ସମୟରୁ ବହୁ ଗୀତି କବିତା ରଚନା କରିଥିବା ସତ୍ତ୍ବେ ସେଗୁଡିକୁ ବହି ରୁପରେ ପ୍ରକାଶିତ କରିନଥିଲେ । ଏବେ ସେଗୁଡିକ ନୁଆଁ ଗାୟକ ଏବଂ ପାଠକଙ୍କ ପାଖରେ ପହଞ୍ଚି ପାରିବ । ଏହି ଅବସରରେ ଯୋଗ ପରିବାରର ସୁଧୀର ମିଶ୍ର ଅର୍ପିତା ମିଶ୍ର, ରଘୁମଣି ନାୟକ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ସାରସ୍ବତ ସମାରୋହରେ ଯୋଗ ପରିବାରର ସଦସ୍ୟା ସୁଜାତା ସ୍ବାଇଁ ସ୍ବାଗତ ଅଭିଭାଷଣ ରଖତ୍ଥିବା ବେଲେ ଡଲିମା ଭୋଇ, ପ୍ରଜ୍ଞା ହୋତା ଉପଢୋକନ ଦେଇ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାଯର୍‌ୟକ୍ରମ ଆୟୋଜନରେ ଶଶିକାନ୍ତ ଜେନା ,ରାକ୍ଷୀ ମିଶ୍ର, ବିକାଶ ତ୍ରିପାଠୀ ,ବିରଞ୍ଚି ନାରାୟଣ ନାୟକ ,ପ୍ରଦୀପ୍ତ କିଶୋର ସୁଶାରୀ,କ୍ଷିତୀଶ କୁମାର ବିଶାଳ, ଉଦୀପ୍ତ ତ୍ରିପାଠୀ, ସଂଜୀବ ଦାଶ, ନରେନ୍ଦ୍ର ପଟେଲ ,ମାନସ ରଞ୍ଜନ ହୋତା,ଉଗ୍ରସେନ ପୋଢ଼, ରାଜେନ୍ଦ୍ର ବାଗ, ହୃଷିକେଶ ବେହେରା, ହରିହର ମିଶ,ସବ୍ୟସାଚୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଚିତ୍ରାନନ୍ଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।