Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖରାଛୁଟି ହୋମ୍‌ୱାର୍କ ଲାଗି ଜାରି ହେଲା ଟୋଲ୍‌ ଫ୍ରି ନମ୍ବର; ଉପକୃତ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ତେବେ ଖରା ଛୁଟିରେ ଛାତ୍ରଛାତ୍ରୀ ଖାଲିରେ ନ ବସି କିପରି ପାଠପଢିବେ ସେ ନେଇ ଯୋଜନା କରିଥିଲେ ରାଜ୍ୟ ସରକାର। ତେବେ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ଛୁଟିରେ ହୋମୱାର୍କ ସମାପ୍ତ କରିବାରେ ସାହାଯ୍ୟ କରିବା ପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଟୋଲ୍ ଫ୍ରି ନମ୍ବର ଦିଆଯାଇଛି।

ହଲିଡେ ହୋମୱାର୍କ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ୩୦ ଟି ଜିଲ୍ଲାରେ ଟୋଲ୍ ଫ୍ରି ନମ୍ବର ଏବଂ ହେଲ୍ପ ଡେସ୍କ ଖୋଲାଯାଇଛି। ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ବିଷୟ ବିଶେଷଜ୍ଞଙ୍କ ସମେତ ୪ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଛୁଟିଦିନ ବ୍ୟତୀତ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ୱାର୍କିଂ ଦିନରେ ଏହି ସେଲ୍ କାର୍ଯ୍ୟକ୍ଷମ ରହିବ ବୋଲି ବିଭାଗ ଟ୍ୱିଟ୍ କରିଛି।