ମୁଣ୍ଢେନପାଲି ର ଶିତିଲିଆପଡା ଓ ଗୋପିକଣ୍ଟାରେ ଲୋକ ସେବକ ମଣ୍ଡଳ ଓ ସମାଜ ରଲିଫ କମିଟି ପକ୍ଷରୁ ଭିନ୍ନକ୍ଷମ ଓ ଗରିବ ଅସହାୟ ପରିବାରକୁ କମ୍ବଳ ବଣ୍ଟନ


ସମ୍ବଲପୁର:ଗରୀବ ଅସହାୟ ଓ ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇବାକୁ ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ପ୍ରୟାସ କରାଯାଇଛି।
ଆଜି ଅପରାହ୍ନରେ ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ଜମନକିରା ବ୍ଲକର ମୁଣ୍ଢେନପାଲି ପଞ୍ଚାୟତର ଶିତିଲିଆପଡା ଓ ଗୋପିକଣ୍ଟା ଗ୍ରାମର ୬୦ରୁ ଉର୍ଦ୍ଧ ଗରିବ ଅସହାୟ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ଦିବ୍ୟାଙ୍ଗ ପରିବାରକୁ ମାଗଣା କମ୍ବଳ ବଣ୍ଟନ କରାଯାଇଛି।ଲୋକ ସେବକ ମଣ୍ଡଳ ର ସ୍ଥାନୀୟ କମିଟିର ସମ୍ପାଦକ ରଘୁନାଥ ମିଶ୍ର ଙ୍କ ତତ୍ତ୍ୱାବଧାନରେ ସମାଜସେବୀ ରାଜେନ୍ଦ୍ର କୁମାର ପଣ୍ଡା , ଅମର ନାଥ ମହାପାତ୍ର , ଡା. ରାଜାରାମ ଷଡ଼ଙ୍ଗୀ ପ୍ରମୁଖ ଉଭୟ ଗ୍ରାମକୁ ଯାଇ କମ୍ବଳ ବିତରଣ କରିଥିଲେ | ଏହି ମହତ୍ କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛ|ସେବୀ ସରୋଜ କୁମାର ନାଥ , ଲୋପାମୁଦ୍ରା ନାଥ ,ବନ୍ଦନା କିସାନ ପ୍ରମୁଖ ସହଯୋଗ କରିଥିଲେ। ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟିର ଏହି ପ୍ରୟାସକୁ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି।