କୁର୍ଲା ଜଙ୍ଗଲରୁ ଉଦ୍ଧାର ପୀଡିତା ଯୁବତୀଙ୍କୁ ନ୍ୟାୟ ଦାବି କଲା ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ

ସମ୍ବଲପୁର:ଗତ ରବିବାର ଦିନ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ଆସି ଜନୈକ ଯୁବତୀ ନିଖୋଜ ହୋଇଥିବା ବେଳେ ପ୍ରାୟ ୪୮ ଘଣ୍ଟା ପରେ ବରଗଡ଼ କୁର୍ଲା ଜଙ୍ଗଲରେ ମୁମୁର୍ଷୁ ଅବସ୍ଥାରେ ଯୁବତୀ ଜଣକୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଉଚ୍ଚଚିକିତ୍ସା ପାଇଁ ଭିମସାର ମେଡିକାଲକୁ ଅଣାଯାଇ ଚିକିତ୍ସିତ କରାଯାଉଛି।ଏନେଇ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଏକ ପ୍ରତିନିଧି ଦଳ ଭିମସାରକୁ ଯାଇ ପିଢିତା ଯୁବତୀଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ପଶ୍ଚିମ ଓଡ଼ିଶା ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଙ୍କ ନେତୃତ୍ବରେ ଉପାଧ୍ୟକ୍ଷ ମେଘନାଦ ପ୍ରଧାନ (ଲୁଲୁ) , ପ୍ରସିଦ୍ଧ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା, ସମାଜସେବୀ ସନ୍ତୋସିନୀ ସାହୁ ପ୍ରମୁଖ ଭିମସାର ମେଡିକାଲକୁ ଯାଇ ପିଡିତା ଯୁବତୀଙ୍କୁ ଚିକିତ୍ସା କରୁଥିବା ପ୍ରଫେସର ଡାକ୍ତର ମଳୟ ନାୟକଙ୍କ ସହ ଆଲୋଚନା କରିଥିଲେ । ତେବେ ପିଢିତା ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ରେ ସୁଧାର ଆସୁଥିବା ଡାକ୍ତର କହିଛନ୍ତି।ଏଥିସହ ପୀଡ଼ିତା ଯୁବତୀଙ୍କ ପରିବାର ସହ ମଧ୍ୟ ପରିଷଦର ସଭ୍ୟ ମାନେ ଆଲୋଚନା କରିବାସହ ପରିଷଦର ଉପାଧ୍ୟକ୍ଷ ମେଘନାଦ ପ୍ରଧାନ ପିଢିତା ଯୁବତୀଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ଏନେଇ ପୀଡିତା ଯୁବତୀଙ୍କ ମାମଲାରେ ବରଗଡ଼ ଜିଲ୍ଲାର ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଦାବି କରାଯାଇଛି।