Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷ୍ଣଙ୍କ ହାତରେ କଂସଙ୍କ ନିଧନ :ଉଗ୍ରସେନଙ୍କ ରାଜାଭିଷେକ

ସମ୍ବଲପୁର, ତା. ୧୯. ୦୧:ସମସ୍ତ ଆକଳନ ଓ କଳନା କୁ ଅତିକ୍ରମ କରି ଦ୍ଵିତୀୟ ବର୍ଷର ସମ୍ବଲପୁରୀ ଧନୁଯାତ୍ରା ଜୟଯାତ୍ରାରେ ପରିଣତ ହୋଇଥିବା ସ୍ପଷ୍ଟ ହୋଇଛି। ଆଜି ମଥୁରା ନଗର, ରାଜ ଦରବାର ସହିତ ଓଭର ବ୍ରିଜ ଉପରେ ଭରପୁର ଦର୍ଶକଙ୍କ ଭିଡ଼ ଏହା ପ୍ରମାଣିତ କରିଛି। ସମ୍ବଲପୁରୀ ଭାଷା, ସଂସ୍କୃତି, ନୃତ୍ୟ,ସଂଗୀତ ସହିତ ଏହି ସମ୍ବଲପୁରୀ ଧନୁଯାତ୍ରା ଏକ ଭାଷା ଆନ୍ଦୋଳନରେ ପରିଣତ ହୋଇଥିବା ରାଜକୀୟ ଅତିଥି ମାନେ ମଧ୍ୟ ଆଜି ସ୍ୱୀକାର କରିଛନ୍ତି। ତେବେ କୃଷ୍ଣଙ୍କ ହାତରେ କଂସଙ୍କ ନିଧନ ପରେ ଉଗ୍ରସେନଙ୍କ ରାଜାଭିଷେକରେ ସମ୍ବଲପୁରୀ ଧନୁଯାତ୍ରା ଉଦଯାପିତ ହୋଇଛି।
ଶ୍ରୀ କୃଷ୍ଣ ଆଉ ବଳରାମଙ୍କୁ ଧନୁଯାତ୍ରା ଦେଖିବା ଲାଗି ମଥୁରାକୁ ଆଣିବା ଦୃଶ୍ୟ ଓ ଗୋପପୁର ଠାରୁ ମଥୁରା ନଗରର ଛକ ଛକରେ ଭବ୍ୟ ସମ୍ବର୍ଦ୍ଧନା ନୁଆଁ ଜାଗରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।
ମହାଦେବ ଙ୍କର ଦିବ୍ୟ ଧନୁକୁ ଭାଙ୍ଗିଦେବା ଓ ଅଷ୍ଟମଲ୍ଲ ମାନଙ୍କୁ ନିଧନ କରିବା,
ଶ୍ରୀ କୃଷ୍ଣ ତାଙ୍କର ପିତାମାତା ଦେବକୀ ଆଉ ବସୁଦେବଙ୍କୁ ଜେଲ ଘରୁ ମୁକ୍ତି କରିବା ଭଳି ଦୃଶ୍ୟାନ୍ତର ଖୁବ ହୃଦୟ ବିଦାରକ ଥିଲା। ଶେଷରେ ଶ୍ରୀକୃଷ୍ଣଙ୍କୁ ହାତରେ କଂସଙ୍କ ନିଧନ ପରେ ଜୟ ଶ୍ରୀକୃଷ୍ଣ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ରାଜଦରବାର। ଶେଷରେ ଉଗ୍ରସେନଙ୍କୁ ଉଦ୍ଧାର କରି ରାଜାଭିଷେକ କରିବା ପରେ ଦ୍ଵିତୀୟ ବର୍ଷର ସମ୍ବଲପୁରୀ ଧନୁଯାତ୍ରା ପରଦା ପଡିଥିଲା।
ଏହି ଅବସରରେ ରାଜକୀୟ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, କର୍ଣ୍ଣଲ ପ୍ରଭାତ ପଣ୍ଡା ଯୋଗଦେଇଥିବା ବେଳେ ଏହାକୁ ସଭାପତି ସଞ୍ଜୟ ବାବୁ ସଂଯୋଜନା କରିଥିଲେ। ଏହାକୁ ସାଧାରଣ ସମ୍ପାଦକ ଗୁଣ ରଞ୍ଜନ ସାଳିମା, ଉପ ସଭାପତି ରାମଦାସ ପଣ୍ଡା,ଶଙ୍କର ବେହେରା, କୋଷାଧ୍ୟକ୍ଷ ନିଶିକାନ୍ତ ବିଶ୍ୱାଳ ଅତିଥି ସ୍ୱାଗତ କରିଥିଲେ। ଏହି ଅବସରେ ଧନୁଯାତ୍ରା ର ସ୍ମରଣିକାକୁ ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତ୍ରୀ ପାରିଷଦ ଓ କମିଟି ସଦସ୍ୟଙ୍କ ସହିତ ସମ୍ପାଦକ ଡ଼ଃ. ଶ୍ୟାମ ସୁନ୍ଦର ଧର ଉପସ୍ଥିତ ଥିଲେ।ଲଳିତ ମୋହନ ଵେବର୍ତ୍ତାଙ୍କ ସଂଯୋଜନାରେ ବିଭୁତି ଭୂଷଣ ପଟ୍ଟନାୟକ, ପ୍ରକୃତି ପଣ୍ଡା, ଉମାଶଙ୍କର ଦାସ, ଶ୍ଵେତା ପଣ୍ଡା, ସୁଶୀଲ କୁମାର ଦାସ କଣ୍ଠ ଦାନ କରିଥିବା ବେଳେ କୃଷ୍ଣ ଚନ୍ଦ୍ର ବାଗଙ୍କ ପରିଚଳନାରେ ପଞ୍ଚବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ସହିତ ବହୁ ଅନୁଷ୍ଠାନ ସମ୍ବଲପୁରୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ରେ ଗୋପପୁର କମିଟି ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିବା କଳାକାର ଓ ଶିଳ୍ପୀ ମାନଙ୍କୁ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା।