Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସାଇବାହାଲ ପି. ଡି. ଆର. କନିଷ୍ଠ ମହାବିଦ୍ୟାଳୟ ରେ ପ୍ରତିଭା ମହୋତ୍ସବ

ସମ୍ବଲପୁର:ବାମରା ବ୍ଲକ କେଶେଶାଇବାହାଲ ସ୍ଥିତ ପି. ଡି. ଆର .କନିଷ୍ଠ ମହା ବିଦ୍ୟାଳୟ ରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରତିଭା ମହୋତ୍ସବ ପାଳିତ ହୋଇ ଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଫଳତା ହିଁ ସଫଳତା ର ଚାବି କାଠି ।ଏଣୁ ଜଣେ ସଫଳ ବ୍ୟକ୍ତି ହେବାକୁ ହେଲେ ବିଫଳତାରୁ ହିଁ ଶିକ୍ଷା ଗ୍ରହଣ କରି ଆଗକୁ ବଢିବା ପାଇଁ ଆହ୍ବାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ କ୍ରିଷନ କୁମାର ଦେଓ, ଅଧ୍ୟାପିକା ବିଜୟ ଲକ୍ଷ୍ମୀ ରାଉତ,ରଶ୍ମିତା ବାରିକ, ରୀତି ସଂକ୍ରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରତିଭା ଉତ୍ସବ ମାଧ୍ୟମରେ ପ୍ରତିଭା ଉନ୍ମୋଳନ ର ଉଚ୍ଚ ପ୍ରଶଂସା କରିଥିଲେ । ଅଭିଯାନ ର ସଂଯୋଜକ ରମେଶ କିଷାନ ଅନୁଷ୍ଠାନ ର ବିବରଣୀ ପାଠ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀ ନାୟକ କଲେଜ ର ଛଅ ଜଣ କୃତି ଛାତ୍ରୀ ଓ ଛାତ୍ର ଙ୍କୁ ମାନପତ୍ର ଓ ମେଡାଲ ଦେଇ ସମ୍ମାନିତ କରିଥିଲେ ।ପ୍ରାରମ୍ଭରେ କ୍ରୀଡା ଅଧ୍ୟାପକ ଶିଶିର କୁମାର ଚୌଧୁରୀ ସ୍ଵାଗତ ଭାଷଣ ଦେଇଥିବାବେଳେ ସୁବ୍ରତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଆଜି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଚାଖି ଖୁଣ୍ଟିଆ ଙ୍କ ଜୟନ୍ତୀ ହୋଇ ଥିବାରୁ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଅତିଥି ଗଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ଅବସରରେ କଲେଜ୍ ର ଅଧ୍ୟକ୍ଷ ସରୋଜ କୁମାର ଦାସ ଓ ଅଧ୍ୟାପକ,ଅଧ୍ୟାପିକାଙ୍କୁ ଅଭିଯାନ ପକ୍ଷରୁ ଏବଂ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ କଲେଜ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା।ଶେଷରେ ଅଧ୍ୟାପିକା ଚୁମକି ପଧାନ ଧନ୍ୟବାଦ୍ କରିଥିଲେ । ଶେଷରେ ମିଳିତ ଭାବରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଅଭିଯାନ ର କର୍ମକର୍ତ୍ତା ଲଲିନ୍ଦ୍ର ବାଘ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ