Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରୀ ଦେବା ନାଁରେ ଠକେଇ,ଜେଲଗଲେ ନାରାୟଣ,ଜାମିନ ଆବେଦନ ଖାରଜ

ଗୁଡାରି: ବିଭିନ୍ନ ଉପାୟରେ ଶିକ୍ଷିତ ବେକାର ଯୁବକ,ଯୁବତୀ ମାନଙ୍କୁ ଚାକିରୀ କରାଇଦେବା ନାଁରେ ଠକୁଥିବେଳେ ଫେସବୁକକୁ ଆପଣେଇ ନେଇଥିଲେ ଏହି ଦୁଇଜଣ। ନୟାଗଡ଼ ଜିଲ୍ଲାର ବିମଳ ଏବଂ ଗୁଡାରୀ ବ୍ଳକ ଡୁମ୍ବାଗୁଡ଼ା ଗ୍ରାମର ନାରାୟଣ ଗରଡିଆ। ଚାକିରି ନା ରେ ଯୁବପିଢିଙ୍କ ଠାରୁ ଲକ୍ଷ, ଲକ୍ଷ ଟଙ୍କା ହଡପ କରିବା ପଦାରେ ପଡିଛି।ଖବରନେବାରେ ଯାହା ଜଣାପଡିଛି ବିମଳ ନାମକ ବ୍ୟକ୍ତି ସରକାରଙ୍କ ଏକ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ନାମରେ ଫେକ୍ ଫେସ୍ ବୁକ୍‌ ଆକାଉଣ୍ଟ ଖୋଲିବା ପରେ ଏଥିରେ ଧିରେ ଧିରେ କିଛି ଫେସ୍‌ବୁକ୍‌ ଅନୁଗାମିକୁ ଚାକିରି କରିଦେବା ନାରେ ସେମାନଙ୍କ ଆଧାର କାର୍ଡ ,ପାନ, ବେଙ୍କ୍‌ ପାସବୁକ୍ ଅନ୍ୟାନ୍ୟ କାଗଜପତ୍ର ନେଇ ଚାକିରି ଦେବା ନାରେ ଲକ୍ଷ ଲକ୍ଷ ଲୁଟୁଥିଲେ। ଏହି ଫେକ୍ ଫେସ୍‌ବୁକ ରେ ସାମିଲ୍‌ ହୋଇଥିଲେ ଡୁମ୍ବାଗୁଡ଼ା ଗ୍ରାମର ନାରାୟଣ ଗରଡିଆ ନାମକ ଜଣେ ଭଦ୍ର ଏବଂ ନମ୍ର ତଥା ଚାକଚକ୍ୟ ଭେଷଭୁଷା ଧାରଣ କରିବା ସହ ନିଜକୁ ଜଣେ ବରିଷ୍ଟ ରାଜନୈତିକ ବୋଲି କହି ବୁଲୁଥିବା ବ୍ୟକ୍ତି। ଗୁଡାରୀ ବ୍ଳକର ଦୁର୍ଗମ ଅଞ୍ଚଳରେ ରହୁଥିବା ନିରିହ ବେକାର ଯୁବକ ଯୁବତୀ ମାନଙ୍କଠାରୁ ଚାକିରି କରିବା ନାଁରେ ଲକ୍ଷ ଲକ୍ଷ ଟଙ୍କା ନେଇ ଚାକିରି କରାଇ ଦେବାର ଆଶା ଦେଖାଉ ଥିଲେ। ବହୁଦିନ ବିତିବା ପରେ ଚାକିରି ଆସାୟୀ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ପରେ ପ୍ରଥମେ ନୟାଗଡ଼ର ବିମଳ ନାରେ ଗୁଡାରୀ ଥାନାରେ ଏତେଲା ଦେଇଥିଲେ ଗୁଡାରୀ ଥାନାଧିକାରି ଏହାର ତଦନ୍ତ କରି ପ୍ରଥମେ ବିମଳକୁ ଉଠାଇ ଆଣିଥିଲେ। ନାରାୟଣ ଗରଡିଆ ଚାକିରି ନାରେ ୧୨ଲକ୍ଷ ଟଙ୍କା ଆଦାୟ କରିଛନ୍ତି। ସେଥିରୁ ବିମଳକୁ ୬ଲକ୍ଷ ଦେଇଥିବାବେଳେ ପ୍ରାୟ ୬ଲକ୍ଷ ଟଙ୍କ ଆତ୍ମସାତ କରିଥିବା ଜାଣିବା ପରେ ଦୁଇ ଜଣକୁ ଗୁଡାରୀ ପୁଲିସ୍‌ ଆରେଷ୍ଟ କରି କୋର୍ଟ ଚାଲଣା କରିଥିଲେ। ଏଥି ମଧ୍ୟରେ ଗତ ୧/୫ରିଖ ଦିନ ଗୁଣୁପୁର କୋର୍ଟରେ ନାରାୟଣ ଗରଡିଆଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁଡାରି ଅଞ୍ଚଳ ର ଆଉ ଜଣେ ଯୁବକ ରାୟଗଡ଼ାରେ ରହି ଜିଲ୍ଲା ପାଳ କାର୍ଯ୍ୟକାର୍ଯ୍ୟାଳୟରେ କାମ କରୁଥିବା କହି ନିରୀହ ବେକାର ଯୁବକ ଯୁବତୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନେଇ ଥିବା ଜଣାପଡିଛି।ଅଳ୍ପ ଦିନରେ ଏହା ମଧ୍ୟ ପର୍ଦ୍ଦା ଫାସ ହେବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ