Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ତାରିଣୀ ମହିଳା ଉଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପନ।

ହାଟଡିହି ବୁଧବାର ଦିନ ବିଶ୍ଵ ତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମ ରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧ୍ୟାୟକ ଅଭିମନ୍ୟୁ ସେଠୀ ଯୋଗ ଦେଇଥିଲେ । ପ୍ରଥମେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ, ନୃତ୍ୟ ଓ ଆତ୍ମରକ୍ଷା ପ୍ରଦର୍ଶନ ନାଟକ, ଅନ୍ୟାନ ସଙ୍ଗୀତ , ନୃତ୍ୟ ପରିବେଷଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ କଲେଜ କର୍ତ୍ତୃପକ୍ଷ ଙ୍କ ମଧ୍ୟରୁ ଅଧକ୍ଷ୍ୟ ହିମାଂଶୁ ଶେଖର ମିଶ୍ର, ସଂଯୋଜକ ନଦିଆ ମୋହନ ପଟ୍ଟନାୟକ, କାର୍ଯ୍ୟକ୍ରମ ପରିଚାଳକ ସୁଭସ୍ମିତା ପଳତା, କ୍ରୀଡା ଶିକ୍ଷୟତ୍ରୀ ସୁରଭି ପାଢ଼ୀ, ଅଧ୍ୟାପକ ବିଶ୍ୱଜିତ୍ ରାଉତ, ଅଧ୍ୟାପିକା ଆଳତି ଦାସ, ପଲିଶ୍ରୀ ପାଇକରାଏ , ଶୁଭଶ୍ରୀ ରାଉତ, ସ୍ଵର୍ଣ୍ଣ ମଞ୍ଜରୀ ପଣ୍ଡା, ସୁମିତ୍ରା ବେହେରା, ଙ୍କ ଉଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ