Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସଙ୍ଗ ଗାଁ ର ଝିଅ ଖେଳିବେ ଜାତୀୟ କ୍ରିକେଟ।

ହାଟଡିହି ରାଜ୍ୟ ବିଦ୍ୟାଳୟ ୧୭ବର୍ଷ ରୁ କମ ବାଳିକା କ୍ରିକେଟ ରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ ଦିପ୍ତିମୟୀ ଜେନା ଜାତୀୟ ସ୍ତର ମନୋନୀତ ହୋଇଛନ୍ତି। ଆସନ୍ତା ଫେବୃୟାରୀ ୩ ରେ ୭ ପର୍ଯ୍ୟନ୍ତ ହରିୟାଣା ଖେଳିବାକୁ ଯାଉଥିବା ସୂଚନା ଦେଇଛନ୍ତି ଖେଳ ପ୍ରଶିକ୍ଷକ। ଜାତୀୟ ସ୍ତର କୁ ଏହି ଛାତ୍ରୀ ମନୋନୀତ ହୋଇଥିବାରୁ  ଉକ୍ତ ଖେଳାଳି ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ  ଗୌରୀ ରାଣୀ ନାୟକ, ସହକାରୀ ଅଧିକାରୀ ଅଜୟ କୁମାର ପାତ୍ର ପବିତ୍ର ମୋହନ ବାରିକ୍, ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଓମ୍ କାର ଓନ୍ଵେସ, ରାଜ୍ୟ ଯୁଗ୍ମ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଫକିର ମୋହନ ମହାନ୍ତ , ଓଷ୍ଟା ବ୍ଲକ ସଭାପତି ନବଘନ ନାୟକ, ବ୍ଲକ କ୍ରୀଡା ଶିକ୍ଷକ ସଂଘ ର ସଭାପତି ସତ୍ୟବ୍ରତ ସାମଲ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିତ ରଞ୍ଜନ ରାଉତ, ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଉଷାରାଣୀ ଦାସ, ବଞ୍ଚୋ ଉଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆରାମଣି ସେଠୀ, ହାଟଡିହି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପରମା ନନ୍ଦ ପରିଡ଼ା, ସାସଙ୍ଗ ଉଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ଵାଳ, ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରାଧା କ୍ରୀଷ୍ଣପତି, ଶିଶିର କୁମାର ବିଶ୍ଵାଳ, ମାଧବାନନ୍ଦ ଜେନା, ଲକ୍ଷ୍ମୀ କାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା,  ପ୍ରଦୀପ କୁମାର ସ୍ବାଇଁ, ସତ୍ୟବ୍ରତ ବିଶ୍ଵାଳ, ପ୍ରମୁଖ ଶିକ୍ଷକ ମାନେ ଖେଳାଳି ମାନଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଥିଲେ। ଏଥିରେ ବାଳିକା ଖେଳାଳି ମାନଙ୍କ ର ଗାଇଡ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବରେ ବାରାହୀ ଉଚ ବିଦ୍ୟାଳୟ ଖେଳ ଶିକ୍ଷୟତ୍ରୀ ଯୋଷ୍ଣା ରାଣୀ ଓଝା, ଓ ମଡେଲ ସ୍କୁଲ ଖେଳ ଶିକ୍ଷକ ପଦ୍ମନାଭ ସାମଲ,  ସାଶଙ୍ଗ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ସାନ୍ତୁନ କୁମାର ରାଉତ, ସ୍କୁଲ ପରିଚଳନା କମିଟି ର ସଦସ୍ୟ ବିମ୍ବାଧର ବିଶ୍ଵାଳ, ଓ ତପୋଧନ ସ୍ୱାଇଁ ପ୍ରାଣ ବଲ୍ଲଭ ବିଶ୍ଵାଳ, ଦୁର୍ଯ୍ୟୋଧନ ବିଶ୍ଵାଳ, ଭଗବାନ ଜେନା, ମୋହନ ପାଢ଼ୀ  ପ୍ରମୁଖ ଶୁଭେଛା ଜଣାଇ ଛନ୍ତି  ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ