ATM ମେସିନ ତାଡ଼ି ନେଲେ, ଥିଲା ୧୦ ଲକ୍ଷରୁ ଅଧିକ ଟଙ୍କା


ଭୁବନେଶ୍ବର: ରାଜଧାନୀରୁ ATM ଲୁଟ୍ । ମେସିନକୁ ତାଡ଼ି ନେଲେ ଦୁର୍ବୃତ୍ତ । ଏଟିଏମରେ ୧୦ ଲକ୍ଷରୁ ଅଧିକ ଟଙ୍କା ଥିଲା । ଲୁଟ୍ ଲିଙ୍ଗରାଜ ଥାନା ସାମନ୍ତରାପୁର ଶ୍ରୀରାମନଗରରୁ ହୋଇଛି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ସିସିଟିଭି ଭିଜୁଆଲ ଆଧାରରେ ଛାନଭିନ କରୁଛି ପୋଲିସ ।

ପୂର୍ବରୁ ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟସାହି ଛକରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା । ତାର କିଛିଦିନ ପୂର୍ବରୁ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁରରୁ ମଧ୍ୟ ଲୁଟ ହୋଇଥିଲା । ବାରମ୍ବାର କମିଶନରେଟ ପୋଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସିକ୍ୟୁରୀଟି ଗାର୍ଡ ନିୟୋଜିତ କରିବା ପାଇଁ ଆଲୋଚନା କରୁଥିଲେ ସୁଧା ଖାମଖିଆଲି ମନୋଭାବ ପାଇଁ ଏଭଳି ଘଟଣାର ପୁନରାବୃତ୍ତି ହେଉଥିବା ଅଭିଯୋଗ ହୋଇଛି । ତେବେ ସାମନ୍ତରାପୁର ଗଙ୍ଗୁଆ ନାଳରୁ ଉଦ୍ଧାର ହୋଇଛି ଏଟିଏମ୍ ମେସିନ । ଏୟାରଫିଲଡ ଥାନା ଶ୍ରୀରାମନଗରରୁ ଏଟିଏମ୍ ଲୁଟ୍ ହୋଇଛି ।