Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୋଟେଲ ରେଷ୍ଟୁରାଣ୍ଟ ଏସୋସିଏସନର ବିଧାୟକଙ୍କ ସହ ଗୁରୁତ୍ୱ ପୂର୍ଣ୍ଣ ବୈଠକ

ସମ୍ବଲପୁର:ହୋଟେଲ ରେଷ୍ଟୁରାଣ୍ଟ ଏସୋସିଏସନର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ
ଆସୋସିଏସନର ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସ୍ଥାନୀୟ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ ହୋଇଥିଲା।ଏହି ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇଥିଲେ।ବୈଠକରେ ସ୍ଥାନୀୟ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟରେ ରହିଥିବା ବ୍ୟବସାୟୀ ମାନଙ୍କର ଦୈନନ୍ଦିନ ସମସ୍ୟା ଯଥା ଅଗ୍ନିଶମ ଅନୁମତି, ପ୍ରଦୂଷଣ ଲାଇସେନ୍ସ, ହୋଲଡିଂ ଟିକସ, ଟ୍ରେଡ ଲାଇସେନ୍ସ, ଭୂତଳ ଜଳ ଉପଯୋଗ ପାଇଁ ଟିକସ ଆଦି ସମସ୍ୟା ଉପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ଶ୍ରୀ ମିଶ୍ର ସମସ୍ତ ବିଷୟରେ ଅବଗତ ହେବା ପରେ ଆଗାମୀ ଦିନରେ ଏହି ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏସୋସିଏସନର ଏକ ପ୍ରତିନିଧି ମଣ୍ଡଳର ବୈଠକ ବିଭାଗୀୟ କତ୍ତୃପକ୍ଷଙ୍କ ସହିତ କରାଇ ସମାଧାନର ବାଟ ବାହାର କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଏସୋସିଏସନର ସଭାପତି ଶିବ ପ୍ରସାଦ, ଚାମ୍ବର ଅଫ କମର୍ସର ଚେୟାରମେନ ଜଶବିର ସିଂ ହୁରା, ଗୁଞ୍ଜନ ପୋଦ୍ଦାରଙ୍କ ସମେତବହୁ ସଦସ୍ୟ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ