Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଓଲଚିକି ଲିପିର ଉଦ୍ଭାବକ ହେଉଛନ୍ତି ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁ। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ତାଙ୍କ ସମାଧି ପୀଠର ବିକାଶ ପାଇଁ ୧୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିବା ପଛରେ ପଣ୍ଡିତ ମୁର୍ମୁଙ୍କ ମୁଖ୍ୟ ଭୂମିକା ରହିଛି। ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଓଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତିରେ ରାଜ୍ୟ ସରକାର ବାରିପଦା ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।

ସାନ୍ତାଳି ଜାତି ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ତାଙ୍କ ଜୟନ୍ତୀ ବୁଦ୍ଧ ପୂର୍ଣ୍ଣିମାକୁ ମଧ୍ୟ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଦାଣ୍ଡବୋସ-କାପିବୁରୁଠାରେ ସମାଧିର ବିକାଶ ପାଇଁ ୭୫ ଲକ୍ଷ ଟଙ୍କା ଏବଂ ଧ୍ୟାନ କେନ୍ଦ୍ରର ବିକାଶ ପାଇଁ ଆଉ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। କପିବୁରୁରେ କାନ୍ଥ ନିର୍ମାଣ ଏବଂ ରାସ୍ତା ସଂଯୋଗ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଏକ ଅଡିଟୋରିୟମ୍ ଏବଂ ଅନୁସନ୍ଧାନ କେନ୍ଦ୍ରର ନିର୍ମାଣ ଲାଗି ୨ କୋଟି ଟଙ୍କା ଏବଂ ଏହି ସ୍ଥାନ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଛାତ୍ରାବାସ ତଥା ଅନ୍ୟାନ୍ୟ ସୁବିଧା ନିର୍ମାଣରେ ୧ କୋଟି ଟଙ୍କା ଖର୍ଚ୍ଚ ହେବ।

କାପିବୁରୁର ସୌନ୍ଦର୍ଯ୍ୟକରଣ ଏବଂ ସେଠାରେ ଏକ ରିସେପ୍ସନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ୭୦ ଲକ୍ଷ ଟଙ୍କା ଏବଂ ଦାଣ୍ଡବୋସ ଏବଂ ମାରଙ୍ଗା-ଆହାର ପୁଷ୍କରିଣୀର ବିକାଶ ପାଇଁ ସରକାର ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏହା ବ୍ୟତୀତ ପାନୀୟ ଜଳ ସୁବିଧା ଏବଂ ବିଦ୍ୟୁତିକରଣ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।