Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଉଲୁଣ୍ଡା ବ୍ଲକ୍ ମହଦl ଗ୍ରାମ ପଂଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ୨୦୨୪-୨୫ ଶିକ୍ଷା ବର୍ଷର ଶ୍ରେଷ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି l ଜିଲ୍ଲା ସଦର ମହକୁମା ରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ରେ ଓଡିଶା ସରକାର ଙ୍କ ଗ୍ରାମୀଣ ବିକାଶ, ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ଜିଲ୍ଲାପାଳ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଙ୍କ ଉପସ୍ଥିତି ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି l ଚଳିତ ଶିକ୍ଷା ବର୍ଷ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଶୈକ୍ଷିକ ଓ ଅଣ ଶୈକ୍ଷିକ କ୍ଷେତ୍ରରେ ୩୪ଟି ସଫଳତା ହାସଲ କରିଥିବା ବେଳେ, ରବିବାର ସନ୍ଧ୍ୟାରେ ଟାଉନହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଲୁସି ସାହୁ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ଗତ ୨୦୨୩-୨୪ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟ, ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ ହୋଇଥିଲା l ବିଦ୍ୟାଳୟର ଏହି ସଫଳତା ରେ ଛାତ୍ର ଛାତ୍ରୀ ଙ୍କ ସମେତ ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟି ର ସଦସ୍ୟ ବୃନ୍ଦ ଖୁସି ହୋଇଥିଲେ l ଆଜି ଏହି କ୍ରମରେ ଏକ କୃତଜ୍ଞତା ସଭାର ଆୟୋଜନ କରା ଯାଇଥିଲା l ପରିଚାଳନା କମିଟି ସଭାପତି ରଞ୍ଜନ ପଧାନ, ଉପ ସଭାପତି ଜପ ଖୁରା, ସକ୍ରିୟ ସଦସ୍ୟ ବିନୋଦ ମହାପାତ୍ର, ରଞ୍ଜନ ସେଠି, ପ୍ରମୋଦ ବେହେରା, ଛବିଳ ମେହେର, ଗୌତମ ଭୋଇ, ପଙ୍କଜ ପଧାନ, ବାସନ୍ତୀ ଦାସ, ଯୁଗେଶ୍ବରୀ ମିଶ୍ର, କୁମାର ଖୁରା, ବିକାଶ ଦାସ,ଫିରୋଜ ବେହେରା, ରବି ବେହେରା,ବନମାଳୀ ପଧାନ, ସଂଜୁ ବିଭାର,ଶାରଦା ନାଏକ, ସାନ୍ତାଜ ଖୁରା,ଶିକ୍ଷକ ଶିବରାମ ଚାନ୍ଦ, ଦିଲ୍ଲୀପ ପଣ୍ଡା, ଅଚ୍ୟୁତ ରଣା, ଭରତ ହରିପାଲ ଏବଂ ସରପଞ୍ଚ ପ୍ରତିନିଧି ପ୍ରଦୀପ ଶତପଥୀ ଓ ଆଞ୍ଚଳିକ ସଂଯୋଜକ ଶରତ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories