୧୦୦ତମ ଉତକ୍ଷେପଣ କରି ଇତିହାସ ରଚିଲା ଇସ୍ରୋ


ନୂଆଦିଲ୍ଲୀ: ଇସ୍ରୋ ରଚିଲା ଇତିହାସ । ୧୦୦ ତମ ଐତିହାସିକ ଉତକ୍ଷେପଣ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଇସ୍ରୋ । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି ଇସ୍ରୋ । ଆଜି ସକାଳ ୬ଟା ୨୩ରେ F15/NVS-02 ନେଭିଗେସନ ସାଟେଲାଇଟ ଲଞ୍ଚ ହୋଇଛି । ଜିଏସଏଲଭି-୧୫ ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି ।

ସୋସିଆଲ ମିଡିଆ ଏକ୍ସରେ ଇସ୍ରୋ GSLV-F15 / NVS-02 ର ସଫଳ ଉତକ୍ଷେପଣର ସୂଚନା ଦେଇଛି । କେନ୍ଦ୍ର ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଏହାର ୧୦୦ତମ ମିଶନ ପୂରଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣର ଐତିହାସିକ ସଫଳତା ହାସଲ କରିବା ପାଇଁ ଇସ୍ରୋକୁ ଅଭିନନ୍ଦନ ।

GSLV-F15 ଉପଗ୍ରହ NVS-02କୁ ଜିଓସିଙ୍କ୍ରୋନାସ ଟ୍ରାନ୍ସଫର କକ୍ଷପଥରେ ସ୍ଥାପନ କରିବ । ଏହା ଭାରତରେ GPS ଭଳି ନାଭିଗେସନ ସୁବିଧାକୁ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଥିବା ସାଟେଲାଇଟ ନାଭିଗେସନ ସିଷ୍ଟମ (SNS)ର ଏକ ଅଂଶ । ଏହା କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଅରୁଣାଚଳ ପର୍ଯ୍ୟନ୍ତ ଅଞ୍ଚଳକୁ କଭର କରିବ । ଏହା କେବଳ ସଡ଼କ ଯାତ୍ରା ପାଇଁ ନୁହେଁ ବରଂ ବିମାନ ଓ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ନୌଚାଳନରେ ସାହାଯ୍ୟ କରିବ ।