Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପ ନିର୍ବାଚନରେ ବିଜେଡି ସମର୍ଥନ ପ୍ରାର୍ଥୀଙ୍କ ବିଜୟ

ଗୁଡାରି: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ପାରିଖିତି ପଞ୍ଚାୟତ ଉପ ନିର୍ବାଚନରେ ୧୫୦୬ ଖଣ୍ଡ ଭୋଟ ପାଇ ସୂର୍ଯ୍ୟରାଓ କୁମ୍ଭିରିକା ବିଜୟ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନରସିଂହ ମାଣ୍ଡଙ୍ଗିଙ୍କଠାରୁ ୨୧୧ ଖଣ୍ଡ ଭୋଟଅଧିକ ପାଇ ଜିତିଛନ୍ତି । ନିକଟତମ ପ୍ରାର୍ଥୀ ଗାୟତ୍ରୀ ମାଣ୍ଡାଙ୍ଗି ୪୩୨ଖଣ୍ଡ ଭୋଟ ପାଇଥିବାବେଳେ ୧୧୬ ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡ଼ିଛି । ସୂର୍ଯ୍ୟରାଓ ଜିତିବା ପରେ ବ୍ଲକ ପରିସରରୁ ବିଜୟ ଶୋଭାଯାତ୍ରାରେ ବାହାରି ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ପରେ ବିଭିନ୍ନ ଗ୍ରାମ ଗସ୍ତ କରି ବିଜୟ ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ, ସମିତି ସଭ୍ୟ କମଳଲୋଚନ ମୁଟିକା, ବିଜେଡି ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି, ଯୁବ ବିଜେଡି ସଭାପତି ସଞ୍ଜୟ ପ୍ରଧାନ, ଅମିତ ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର କୈବର୍ତ୍ତ, ସମିତି ସଭ୍ୟ ଲକ୍ଷ୍ମୀ କାଡ୍ରାକା, ମକରଧ୍ୱଜ ଧୋବା ଓ ରଞ୍ଜନ ନାୟକ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ