Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୨୩ ଟ୍ରକ୍ ଟର୍ମିନାଲ

ଭୁବନେଶ୍ୱର:ରାଜପଥରେ ବେଆଇନ ପାର୍କିଂ ସମସ୍ୟାରେ ଆସିବ ସୁଧାର। ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ୨୩ ଟ୍ରକ୍ ଟର୍ମିନାଲ। ଉତ୍କର୍ଷ ଓଡ଼ିଶା-କନକ୍ଲେଭ୍ ୨୦୨୫ରେ ନ୍ୟାସନାଲ ହାଇଓ୍ୱେ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଲିମିଟେଡ ସଂସ୍ଥା ସହ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏ ସଂକ୍ରାନ୍ତରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ରାଜପଥ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଟ୍ରକ୍ ଟର୍ମିନାଲ ସ୍ଥାପନା ହେବ।