Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମିଷ୍ଟର ସମ୍ବଲପୁର ୨୦୨୫ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା,କପିଳ ତାଣ୍ଡି ମିଷ୍ଟର ସମ୍ବଲପୁର ୨୦୨୫

ସମ୍ବଲପୁର:ସମ୍ବଲପୁର ସହରର ବୁର୍ଲା ଠାରେ ଗତକାଲି ମିଷ୍ଟର ସମ୍ବଲପୁର ୨୦୨୫ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏଣ୍ଡ୍ ଫିଟନେସ୍ ଏସୋସିଏସନ ଦ୍ବାରା ଆୟୋଜନ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାର ମୋଟ ୨୬ ଜଣ ଖେଳାଲୀ ଯୋଗଦାନ କରିଥିଲେ। ସେ ମଧ୍ୟରୁ ବଡିବିଲଡିଙ୍ଗ ରେ ୧୪ ଜଣ ଓ ବରମୁଣ୍ଡା ମେନ ଫିଜିକରେ ୧୨ ଜଣ ଖେଳାଳି ଥିଲେ।କାର୍ଯ୍ୟକ୍ରମକୁ କଳିଙ୍ଗ ବଡିବିଲ୍ଡିଂଗ ଏସୋସିଏସନ ସଭାପତି ସନ୍ତୋଷ ମହାନ୍ତି, ଉପସଭାପତି ମାନସ ସ୍ୱାଇଁ, ସହ ସମ୍ପାଦକ ନିଶାନ୍ତ ବହିଦାର, କାର୍ଯ୍ୟକାରୀ ସମ୍ପାଦକ ବାଳକୃଷ୍ଣ ବାଗ ସୁଚାରୁ ରୂପେ ପରିଚାଳନା କରିଥିଲେ।ବରମୁଣ୍ଡା ମେନ ଫିଜିକରେ ୧୨ ଜଣ ଖେଳାଡିଙ୍କ ମଧ୍ୟରୁ ତରୁଣ ମହାକୁଡ଼ ପ୍ରଥମ ସ୍ଥାନ, ଦ୍ୱିତୀୟ ସ୍ଥାନ ସ୍ୱାଗତ ମୁଦୁଲି,ତୃତୀୟ ସ୍ଥାନ ଜୟ ବିଶ୍ଵାଳ ପାଇଥିବା ବେଳେ ବୋଡିବିଡିଙ୍ଗ ୧୪ ଜଣ ମଧ୍ୟରୁ ପ୍ରଥମ ସ୍ଥାନ କପିଳ ତାଣ୍ଡି, ଦ୍ୱିତୀୟ ସ୍ଥାନ ମାନସ ସେତ, ତୃତୀୟ ସ୍ଥାନ ରାମକୃଷ୍ଣ ଆରୁଖ ଜିତି ଅତିଥିଙ୍କଠୁ ପଦ ଗ୍ରହଣ କରିଥିଲେ।ବୁର୍ଲା ସହରର ମାନ୍ୟଗଣ୍ୟ ବ୍ୟକ୍ତି ଆର.ଏ.ଶିବ କୁମାର,ଦେବଶିସ ନନ୍ଦ, ଭୀମ ପଟ୍ଟନାୟକ ତଥା ଅନ୍ୟ ମାନେ ଏବଂ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।
ସମ୍ବଲପୁର ଜିଲ୍ଲା ବଡି ବିଲଡର୍ସ ଏଣ୍ଡ୍ ଫିଟନେସ୍ ଏସୋସିଏସନ ର ସଭାପତି ସତିଶ ବିଶି, ସମ୍ପାଦକ ଅମିତାଵ ପରିଡା, ଉପସଭାପତି ଜିଜି ଜୋସେଫ,କାର୍ଯ୍ୟକାରୀ ସଦସ୍ୟ ଭୋଳା ମୋହତମ,ମହିଳା କାର୍ଯ୍ୟକାରୀ ସମ୍ପାଦକ ଲିଲି ବେହେରା, କାର୍ଯ୍ୟକାରୀ ସମ୍ପାଦକ ବିଲାଲ ମର୍ଲ୍ଲିକ,କାର୍ଯ୍ୟକାରୀ ସମ୍ପାଦକଦୁଲାଲ ଚନ୍ଦ୍ର ରାୟ,କୋଷାଧ୍ୟକ୍ଷ ସୁବାଷ ଦୋରା,କାର୍ଯ୍ୟକାରୀ ସଦସ୍ୟ ବିଶ୍ୱନାଥ ଧର, ଅନୀଲ ଦାସ, ଆୟୁଷ ପଟ୍ଟନାୟକ, ପବନ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତି ଥିଲେ। ଏହି କାର୍ଯ୍ୟକ୍ରମରେ ନବନିତ ସାହୁ, ଶଙ୍କର ନନ୍ଦ, ସୋହନଳାଳ ଶ୍ରୀବାସ୍ତବ,ଚନ୍ଦନ ପ୍ରସାଦ, ସାଗର ନାଗ, ଲଷ୍ମୀ ନାରାୟଣ ଗୁପ୍ତା, ବିବେକ ଗୁପ୍ତା, ଏମ ଡି ଇସାକ୍ ବାସ୍କ ପ୍ରମୁଖ ସହଯୋଗ କରିଥିଲେ।